STORYMIRROR

Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ଅନ୍ତର ଭାଵନା

ଅନ୍ତର ଭାଵନା

1 min
367


ସମ୍ପର୍କର ଲୁଚକାଳି ଖେଳ ସଂସାର ଅତ୍ୟନ୍ତ ସ୍ବପ୍ନିଳ

ଖୁସିର ଫୁଟେ ଯହିଁ ଫୁଲ ଲୁହର ବର୍ଷା ଅମୂଲ ମୂଲ 

ପର ଅପାଣାରେ ନାହିଁ ଭେଦ ନା ନା ଭାବନାର ପୁଣି ସ୍ଵାଦ

ଆଖି ଦେଖିଥାଏ ନିତି ସପନ ଲାଗେ ସୁନ୍ଦର ଏଇ ଜୀବନ ।।


ନିତି ସକାଳରୁ ସଂଜ ଯାଏ ଜୀବନ ଜଞ୍ଜାଳ ଜାରୀ ଥାଏ

ଉତ୍ତମ ବୁଝବଣା ପରିବାରେ ଶରୀର ଧରି ଏ ସଂସାରରେ 

ରୋଗ ଦୁଃଖରେ ବ୍ୟସ୍ତ ହୋଇ କୋହ ସମ୍ଭାଳି ସେ ପାରଇ

କ୍ଷଣିକ ସୁଖେ ସେ ବାଇ ପ୍ରାୟ ହାଏରେ ମଣିଷ ପରିଚୟ।।


ପୁତ୍ର କନ୍ୟାରୁ ପିତା ମାତା ପତି ପତ୍ନୀ ରୁ ଭଗ୍ନୀ ଭ୍ରାତା

ଏକତା ବଳେ ବଜ୍ର ପରି ରକ୍ଷା କରନ୍ତି ସ୍ନେହ ସ୍ମରି 

ବିଭେଦ ଭେଦେ ସବୁ ଦ୍ଵନ୍ଦ ଦ୍ଵନ୍ଦ ହିଂସାରୁ ସୃଷ୍ଟି ପ୍ରମାଦ

ନୀତି ଆଦର୍ଶ ନ ମାନିଲେ ଅସ୍ତିତ୍ବ ନିମ୍ନଗାମୀ ଭଲେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract