ଅନ୍ତିମ ସମୟ
ଅନ୍ତିମ ସମୟ


ମୂଲ୍ୟବାନ ଲାଗୁଥିବା
ଜୀବନଟା କଟିଯାଏ ଏଠି
ପରିବାର ସମାଜ ପାଇଁ, ନିଜ ଲୋକ ସାଉଁଟି ସାଉଁଟି
ମିଳେ ଆପଣାର କିଞ୍ଚିତ ସମୟ।
ଏକତ୍ରିତ କରି ଆପଣାର ଲୁହ ଲହୁ
ଗଢିଥିବା ସଂସାରରେ,
ପୁଅ ଝିଅ କରିଯିବେ ଘର
ରହିବେ ଦୂରରେଦିଶୁଥିବେ ମୋବାଇଲ୍ ପରଦାରେ ଖାଲି।
ସାରିଦେଇଅଭିନୟ ଚା
ଲିଯିବେ ସଭିଏଁ ଦୂରକୁ
ଯେଝା ନିଜ ବାଟେ
ସ୍ବର୍ଥସିଦ୍ଧି ପରେ
ନିରୋଳା ଏ ଶେଷ ଜୀବନର ଯାତ୍ରା ।
ସୁଖ ସଙ୍ଗତରେ କରି ଆଲିଙ୍ଗନ
ସାଙ୍ଗସାଥୀ ଭିଡିନେବେ
ଛାଡ଼ିଦେବେ ଚୋରାବାଲିମୟ
ନଦୀର ଗଭୀର ଶଯ୍ୟାରେ।
ନିଜ ଭିଟାମାଟି କୁଡିଆଟି ସାହା ଓ ଭରସା ସେହି ଜଗୁ ରଘୁ ଶେଷେ ପାଖେ ହେବେ ଠିଆ ।
କାହାକୁ ବା କରିବା ବିଶ୍ବାସ?
ଏଠି ନିଶ୍ବାସ ବି ଧୋକା ଦିଏ
ରହିଯାଏ ଆପଣା ଇଚ୍ଛାରେ।