STORYMIRROR

Dinesh Meher

Inspirational

4  

Dinesh Meher

Inspirational

ଅନ୍ତିମ ରାତ୍ରି

ଅନ୍ତିମ ରାତ୍ରି

1 min
368

ନିସ୍ତବ୍ଧ ରାତ୍ରିର ତମାମ୍ ଅନ୍ଧକାର

ନିଶ୍ଚଳ ଧରଣୀର ନିରବତା

ନିରୀହ ଜୀବଜନ୍ତୁଙ୍କ ସୁଖ ନିଦ୍ରା

ହଠାତ୍ ନିର୍ଦୟ ମାନବର,

ମାନବ ସମାଜ ଆଡୁ ଶୁଭିଯାଏ

ବାଣ ବାଦ୍ୟର ବେଦନା !

ନିଦ୍ରିତ ଜୀବଜନ୍ତୁଙ୍କ ନିଦ୍ରା ଭଙ୍ଗ କରି

ଧରଣୀ ବୁକୁ ଦୋହଲାଇ ଦିଏ

ନିର୍ମମ ମାନବର ବାଣ ବାଦ୍ୟ।

ନିରୀହ ଜୀବ ଟିଏ ଚାଲିଯାଏ

ମାନବ ସଭ୍ୟତା ଆଡ଼କୁ,

ନିର୍ମମ ମାନବକୁ ପଚାରି ଦିଏ

ଏହି ନିସ୍ତବ୍ଧରାତ୍ରିରେ ମାନବ ସମାଜ

କାହିଁ ବାଣ ବାଦ୍ୟରେ ପୁରି ଉଠୁଛି

ନିର୍ଦୟ ମାନବ ପରଷି ଦିଏ

ହାସ୍ୟ ବଦନେ ତାର ଉତ୍ତର

ଆଜିରାତ୍ରି ବର୍ଷର ଅନ୍ତିମରାତ୍ରି !

ମାନବ ସମାଜ ବାଣ ବାଦ୍ୟରେ

ବର୍ଷ ଟିକୁ ବିଦାୟ ଦେଇ

ନୂତନ ବର୍ଷର ଆଗମନକୁ ଅପେକ୍ଷା କରିଛି

ଜୀବଟି ଶବ୍ଦହୀନ ହୋଇ 

ମାନବ ଟିକୁ ଧୀର କଣ୍ଠରେ ପଚାରୁ ଥାଏ

ବିଦାୟ ବେଳରେ ବାଣ ବାଦ୍ୟ

ଆଗମନ ବେଳରେ ବାଣ ବାଦ୍ୟ !

ବୋଧେ ମାନବ ସମାଜ ଧୀରେ ଧୀରେ

ପ୍ରଥା ପରମ୍ପରାକୁ ଭୁଲି

ଆସୁରିକ ଚରିତ୍ର ଆପଣେଇ ନେଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational