STORYMIRROR

Ram Prasad Bisoi

Fantasy Others

2  

Ram Prasad Bisoi

Fantasy Others

ଅନ୍ତଃସ୍ୱର-୧୫,ଗତରାତି

ଅନ୍ତଃସ୍ୱର-୧୫,ଗତରାତି

1 min
13.8K


ଗତରାତି

ଅନ୍ଧାର ଟିକେ ଅଧିକା ଘନ ଥିଲା,

ଗତରାତି

କୁକୁର ମାନେ ଭୋକୁ ନ ଥିଲେ,

ଗତରାତି

କିଛି ଆତ୍ମୀୟ ହତ୍ୟା କରିଥିଲେ,

ସମ୍ପର୍କ ଲୋଡିଚାଲିଥିବା ଗୋଟିଏ ଆବେଗକୁ,

ଗତରାତି

ନ ଥିଲା ବିଲୁଆ ମାନଙ୍କ ହୁକେ ହୁ ଶବ୍ଧ,

ଗତରାତି

ସମ୍ପୂର୍ଣ୍ଣ ବ୍ୟତିକ୍ରମର ନୀରବତା ଛାଇ ରହିଥିଲା,

ଗତରାତି,

ତାରାମାନେ ନା ଝଲୁସୁ ଥିଲେ ଆକାଶରେ ନା ଜହ୍ନ,

ଗତରାତି,

ସ୍ୱପ୍ନ ଗୁଡିକ ଏଣୁତେଣୁ ବୁଡିଆଣି ଜାଲ ବୁଣି ଚାଲିଥିଲେ,

ଗତରାତି,

ଭଙ୍ଗା କୋଣାର୍କର ଶିଳ୍ପଗୁଡିକ ପଚାରି ଚାଲିଥିଲେ

ସମୟକୁ କେତେଦିନ,

ଜଣେ ଶିଳ୍ପୀର ସ୍ଵପ୍ନ,ପ୍ରେମ,ରଙ୍ଗ ବୁଝିବାକୁ ଲାଗିଯିବ ତାକୁ

ଗତରାତି,

ଦଗଦିଆ ଅଭିସାରିକାର ସିନ୍ଦୁରବୋଳା

ସୀମାନ୍ତ ଭିତରେ ହସୁଥିଲା ପ୍ରତାରଣା

ଗତରାତି....................।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy