STORYMIRROR

DR SAMIR RANJAN BEHERA

Romance Classics Inspirational

3  

DR SAMIR RANJAN BEHERA

Romance Classics Inspirational

ଅନ୍ତହୀନ ପ୍ରତୀକ୍ଷା

ଅନ୍ତହୀନ ପ୍ରତୀକ୍ଷା

1 min
266

 


  କଥା ଦେଇଥିଲ

  ଘୋଡା ରେ ଆସିବ 

  ରାଜକୁମାର ହେଇ 

  ବାଣ ରୋଷଣୀ ର ତାଳେ ତାଳେ 

  ମୋତେ ନେଇଯିବ ରାଣୀ କରି 

  ନିଜ ବକ୍ଷ ରେ ନିଜ ମନ ରେ 

  ଅସୁମାରୀ ଖୁସି ଦେଇ 

  ନିଜର କରିବ ଗୋଲାପ ଶଯ୍ୟାରେ ll


  ମଧୁର ନିଶାରେ 

  ମତୁଆଲା ହେଲି ମୁଁ 

  ଉଡି ବୁଲିଲି ମନ ପ୍ରଜାପତି ହେଇ 

  ଏ ଫୁଲ ରୁ ସେ ଫୁଲ କୁ 

  ନିରନ୍ତନ ଶାଶ୍ୱତ ପ୍ରେମର ମଞ୍ଜି ବୁଣିଚାଲିଥିଲି 

  ମନପ୍ରାଣ ଦେଇ ତୁମର ପ୍ରେୟସୀ ବନିଲି 

  ରଚିଲୁ ଏକ ସୁନ୍ଦର ନୀଡ଼ 

  ପ୍ରେମ ପକ୍ଷୀ ହେଇ ଉଡିଚାଲିଲୁ ଦୂର ଦିଗବଳୟ 

  ହଜି ଗଲୁ ନିଜ ନିଜ ଅନ୍ତରାତ୍ମା ରେ 

 ମହକି ଉଠିଲା ଅଗଣା  

  ଲେଉଟିଲା ବସନ୍ତ 

  ମଳୟ ବି ବହିଲା ବଉଳ ବାସ୍ନାରେ..... 


  କିନ୍ତୁ କେଉଁ ଅଶୁଭ ନଜର ପଡ଼ିଲା 

  ସମ୍ପର୍କ ର ତରଙ୍ଗ ଭିତରେ 

  ବୋହିଗଲା ଭଟ୍ଟା ର ଘନଘଟା 

  ଯେବେ ତୁମ ବାପା ଜାଣିବାକୁ ପାଇଲେ 

  ମୁଁ ତାଙ୍କ ତାଙ୍କ ଅଫିସ ର ଚପରାଶି କନ୍ୟା 

  କ୍ରୋଧ ରାଗ ଅହଂକାର ର ନାଗଫାଶ

  ନା ମୋ ସହ୍ୟ ଭିତରେ ଥିଲା 

  ନା ମୋ କୋହର ଢେଉ କୁ ଅଟକେଇ ପାରୁଥିଲା

  ବାସ ଶେଷ ରେ ଏ ଜୀବନ ବଳି ପଡ଼ିଗଲା... 

  

  ଆଉ ତମେ ଭୁଲିଗଲ ଫେରିବା କଥା 

  ପକ୍ଷୀ ରାଜ ଘୋଡା କଥା 

  ଆମ ପ୍ରେମ ଆଉ ସ୍ବପ୍ନ କଥା 

  ପ୍ରେମ ପକ୍ଷୀ ର ଡେଣା ଭାଙ୍ଗିଗଲା 

  ସ୍ବପ୍ନ ର ଅନୁଭୂତି ଜଳିଗଲା 

  ମନର ମାନସ ହଜିଗଲା 

  ହୃଦୟ ଯନ୍ତ୍ରଣା ରେ ଖାଲି ଛଟପଟ ହେଉଥିଲା.... 


  ଏ ଦେଖ ନା.... 

  ବଉଳ ଫୁଲ ର ବାସ୍ନା ମହକିଲାଣି 

  ବସନ୍ତ ପୁଣି ମଳୟ ବୋହିଲାଣି 

  ପକ୍ଷୀ ଆମ ପ୍ରେମର ସଂଗୀତ ଗାଇଲାନି 

  ଗୋଧୂଳି ର ସନ୍ଧ୍ୟା ନଇଁ ଆସିଲାଣି...... 

  ହେଲେ ଜଳୁଛି ମୁଁ ପ୍ରତୀକ୍ଷା ର ସଳିତା ହେଇ  

  ସନ୍ଧ୍ୟା ଫେରିଯାଏ ସକାଳୁ ଆସିଯାଏ 

  ସ୍ବପ୍ନ ସେମିତି ସ୍ବପ୍ନ ହେଇ ରହିଯାଏ 

  ଆଉ ମୁଁ ସେମିତି ଜଳୁ ଥାଏ

  ଲିଭିବା ଯାଏ 

  ତୁମ ଅନ୍ତହୀନ ପ୍ରତୀକ୍ଷା ରେ ll

    

  


   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance