ଅନନ୍ୟ ପ୍ରତିଭାଧର ଅପନ୍ନା ପରିଛା
ଅନନ୍ୟ ପ୍ରତିଭାଧର ଅପନ୍ନା ପରିଛା


ଘେନ ହେ ଆପନ୍ନା ପ୍ରବର, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
କନ୍ମ ଜୟନ୍ତୀରେ ପାରଳା ଆଜ ପଡ଼େ ଉଛୁଳି।୧।
କଳା ସଂସ୍କୃତିର ଉତ୍ଥାନେ ଥିଲ ଅମ୍ଳାନ ଜ୍ୟୋତି
ଭାଷା,ସାହିତ୍ୟ,ସଂସ୍କୃତିର କରିଥିଲ ଉନ୍ନତି।୨।
ରଚିଲ ଅମର ନାଟକ,ହେ ପରିଛା ପ୍ରବର
ପୌରାଣିକ,ଐତିହାସିକ,ସାମାଜିକ ଆବର ।୩।
ନାଟକ ବିଜୟ ବସନ୍ତ,ସେ "ସୁନ୍ଦ ଉପସୁନ୍ଦ"
ଚନ୍ଦ୍ରହାସ,ଚଞ୍ଚଳା କୁମାରୀ ସହିତେ"ହେମଚନ୍ଦ୍ର"।୪।
ସ୍ଵର୍ଣ୍ଣଲତା,ହେମଲତା,ଯେ"କନଉଜ କୁମାରୀ"
ତବ ସାରସ୍ଵତ କୃତିକୁ ସଦା ପ୍ରଣାମ ମୋରି।୫।
ବିଲ୍ବମଙ୍ଗଳ,ରାସଲୀଳା,ରାଧାକୃଷ୍ଣ ମିଳନ,
"ସୀତା ବନବାସ"ସହିତେ,ରଚି "ମାନଭଞ୍ଜନ"।୬।
ନବାନୁରାଗ,ନବଲୀଳା(ବିଳାସ)ବାଣା ଦର୍ପଦଳନ
ସାହିତ୍ୟ,ସଂଗୀତ ନାଟକ ଶାସ୍ତ୍ରେ ଥିଲ ନିପୁଣ।୭।
ପରିଚ୍ଛା ମଠର ଦାୟିତ୍ବ ନେଇ ଆପନ୍ନା ବର
ଜନସେବା,ଦେଶ ସେବାରେ,ନିମଜ୍ଜି ନିରନ୍ତର।୮।
>
ଗରୀବ ମେଧାବୀ ଛାତ୍ରଙ୍କ,ଉଚ୍ଚଶିକ୍ଷାର ପାଇଁ
ରହିବା ଖାଇବା ସୁବିଧାମାନ, ଥିଲ ଯୋଗାଇ।୯।
ଦଶମ ଅଧିବେସନରେ, ତୁମ ପ୍ରମୁଖ ସ୍ଥାନ,
ମଧୁବାବୁ,ଗୋପବନ୍ଧୁଙ୍କ,ହୋଇ ପ୍ରିୟଭାଜନ।୧୦।
ଫକୀରମୋହନଙ୍କ ସହ ତୁଙ୍ଗ ଓଡିଆ ନେତା
ସକଳେ ଲଭିଲେ ସନ୍ତୋଷ,ପାଇ ଆଥିତେୟତା।୧୧।
ମହାତ୍ମାଗାନ୍ଧୀଙ୍କ ପାରଳା ରାଜ୍ୟ ଆଗମନର
ପ୍ରମୁଖ ଭୂମିକା ଥିଲାଟି, ତୁମ ପରିଚ୍ଛାବର।୧୨।
ମାତା ରାଜମଣି ପିତା ଯେ,ଶ୍ରୀ ଲକ୍ଷ୍ମୀନାରାୟଣ
ଅଠରଶ ଅଣାଅଶିରେ,କଲ କୋଳ ମଣ୍ଡନ।୧୩।
ସୁଯୋଗ୍ୟ ଦାୟାଦ ତୁମରି ନାତି ମୂରଲୀଧର
"ରସିକରାଜ"ଙ୍କ ସେବାରେ ନିମଜ୍ଜି ନିରନ୍ତର।୧୪।
ମଠ ସହ ପାଠାଗାରରେ ଦେଇ ଉଚିତ ଧ୍ୟାନ
ତବ ଅନୁସୃତ ପଥକୁ କରି ଅନୁସରଣ।୧୫।
ବହୁ ସାମାଜିକ କାମରେ,ରତରହି ନିରତ
ଉତ୍ତମ ଦାୟାଦ ରୂପରେ,ସାରା ପାରଳେ ଖ୍ୟାତ।୧୬।