STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅଣସର ଘରେ ଶୋଇଲେ ହରି

ଅଣସର ଘରେ ଶୋଇଲେ ହରି

1 min
18


ଚନ୍ଦନ ସ୍ନାହାନ ସମାପ୍ତ କରି l

   ଅଣସର ଘରେ ଶୋଇଲେ ହରି ll

ମାଡ଼ି ଆସି ଅଛି ଭୀଷଣ ଜ୍ଵର l

   ଦଇତା ଭାଇ ହେ ଶୁଶ୍ରୁଷା କର ll

ଗୋଡ଼ ମୋଡ଼ିଦିଅ ମୁଣ୍ଡ ଆଉଁଶ l

     ପିଇବାକୁ ଦିଅ ନଡ଼ିଆ ରସ ll

ଆମ୍ବ ଜାମୁ କେଲା ପଣସ ଆଣି l

   ଘୋରି ପିଆଇବ ତ୍ରିଫଳା ପାଣି ll

ଦଶମୂଳ ବାର ପାଚ ଆଣିକି l

    ଔଷଧ ଖୋଇବ ବେଣୁପାଣିକି ll

ମୁଖରୁଚି ହେବ କ୍ଷୁଧା ବଢ଼ିବ l

     କମ୍ପଜ୍ଵର ଧିରେ ପଳାଇ ଯିବ ll

ଅଙ୍ଗରେ ମାଲିସ ଫୁଲରୀ ତେଲ l

   କାଳିଆକୁ ଟିକେ କରିବ ଗେଲ ll

ମଣିମା ମଣିମା ଡକା ପକାଇ l

   କାଳିଆକୁ ଟିକେ ଦେବ ବୁଝାଇ ll

ଭକ୍ତଗଣ ସବୁ ହେଲେ ଅନାଥ l

   ଚାଲିଲେଣି ଏବେ ଅଲାରନାଥ ll

ଆସୁଅଛି ପରା ରଥ ଯାତରା l

     ଭକତ ଗଣଙ୍କ ଭିଡ଼ା ଓଟରା ll

ପୋଡ଼ପିଠା ଖାଇ ଯିବଟି ପୁଣି l

    ଚାହିଁ ବସିଛନ୍ତି ଗୁଣ୍ଡିଚା ରାଣୀ ll

ଛାଡ଼ ପ୍ରଭୁ ତୁମ୍ଭ ସବୁ ବାହାନା l

   ଜର ଫର ଖାଲି ତୁମ୍ଭ ପେଖନା ll

ଉଠ ନନ୍ଦପୁଅ ନଟ ନାଗର l

   ନନ୍ଦିଘୋଷ ସଜ ହେଲା ଏଥର ll 



Rate this content
Log in

Similar oriya poem from Inspirational