STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଅଣଲେଉଟା

ଅଣଲେଉଟା

1 min
171

ମେଘ ସବାରୀରେ ଆସିଥିଲ ଥରେ ମୋ ଘର ଦୁଆରେ ବର୍ଷାର ଛିଟା. ବସନ୍ତ କହୁଛି ମଳୟ କାନରେ କୋଇଲି ର କୁହୁ ଭିତରେ ମିଠା.ଶ୍ରାବଣ ଧୋଇଛି ରାଧା ରାଣୀ ପାଦ ଫଗୁଣ କହୁଛି କେଡେ ନିଲଠା. ଆସୁଅଛି ହୋଲି ରାଧା କୃଷ୍ଣ ଝୁଲି, ଦୋଳମଣ୍ଡପରୁ ଗଣ୍ଠି ଟା ଫିଟା. ଅଦିନ ବରଷା ଭିତରେ ଖୋଜେ ମୁଁ ତୁମ ପାଦ ଚି଼ହ୍ନ କେତୁଟା.

    ସମୟ ସ୍ରୋତ ରେ ବାହି ନଉକା ମନ ଦର୍ପଣ ହୁଏ ଏମିତି ଫଟା. କିଏ କହେ ସବୁ କାଳ ର କରାଳେ କିଏ କହେ ଭାଗ୍ୟ ରେ ଲେଖା. ଋତୁ ସବୁ ବାଟ ଭାଙ୍ଗି ଚାଲିଗଲେ ମନର କୋଲପ କାହିଁକି ଫିଟା. ଗୋଲାପ ବଣରେ ସଭା ବସିଛି ନବବଧୂଟିର ମୃତ୍ୟୁ ପାଇଁ ଦାୟୀ ହୁଏତ ସ୍ରଷ୍ଠା. ସୃଷ୍ଟି ରେ ଏମିତି ଅଲମ ବିଲମ କାହିଁକି ଲେଖା ପ୍ରଜାପତି ଏଠି ଖତେଇ ହେଉଛି ହୋଲି ଆସିଲାଣି ହୋଲି ରଙ୍ଗୋଲି ରେ ଥରେ ଦେଖାନା ଛଟା.ସୁନାରାଜା ସେ କହ୍ନେଇ ରୂପା ପାଲିଙ୍କି ରେ ହୋଲି କଳସ ରେ ମୋ ଦୁଆରେ ହେବେ ହଟହଟା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract