STORYMIRROR

Nibedita Panda

Inspirational

4  

Nibedita Panda

Inspirational

ଅନ୍ନବ୍ରହ୍ମ

ଅନ୍ନବ୍ରହ୍ମ

1 min
7


ଅନ୍ନ ହିଁ ତ ପ୍ରାଣ ଅନ୍ନ ହିଁ ଚେତନା

    ଅନ୍ନ ଅଟେ ପୁଣି ବ୍ରହ୍ମ ,

ସମସ୍ତ ପ୍ରାଣୀ ତ ଅନ୍ନରୁ ଉତ୍ପନ୍ନ

       ଜୀବିତ ରଖଇ ଅନ୍ନ

ପିଣ୍ଡରେ ପ୍ରାଣକୁ ସଞ୍ଚାରିତ କରେ

       ଜୀବର ପ୍ରାଣ ସ୍ପନ୍ଦନ,

ଏସାରା ଜଗତ ଅନ୍ନ ପାଇଁ ବଞ୍ଚେ

       ଅନ୍ନ ବ୍ରହ୍ମରେ ବିଲୀନ।

ଅନ୍ନ ବ୍ରହ୍ମ ପରା ଶ୍ରୀ ମହାପ୍ରସାଦ

      ମହାଲକ୍ଷ୍ମୀଙ୍କ ପ୍ରସ୍ତୁତ,

ମହାପ୍ରଭୁ ଖାଇ ହୋଇଥାନ୍ତି ତୃପ୍ତ

       ତୃପ୍ତି ଲଭଇ ଜଗତ।

ଭାଗ୍ୟେ ଥିଲେ ମିଳେ ଅନ୍ନ ବ୍ରହ୍ମ ତୁଣ୍ଡେ

        ପାଇ ଜୀବ ଛାଡେ ପ୍ରାଣ,

ନିର୍ମାଲ୍ୟ କଣିକା କରିଦିଏ ମୋକ୍ଷ

         ବ୍ରହ୍ମେ ହୋଇଯାଏ ଲୀନ।

ଦାରୁରେ

ରହିଲେ ହୁଏ ଦାରୁ ବ୍ରହ୍ମ

      ଶବ୍ଦ ମଧ୍ୟେ ଶବ୍ଦ ବ୍ରହ୍ମ,

ଅନ୍ନ ମଧ୍ୟେ ସିଏ ହୁଏ ଅନ୍ନ ବ୍ରହ୍ମ

      ଜୀବ ମଧ୍ୟେ ଜୀବ ବ୍ରହ୍ମ।

ଚିରନ୍ତନ ସତ୍ୟ ଅଟେ ସେହି ବ୍ରହ୍ମ

       ଅଣାକାର ନିରାକାର,

ସେ ପରମବ୍ରହ୍ମ ଗତି ମୁକ୍ତି ଦାତା

       ଏସୃଷ୍ଟିର ମୂଳାଧାର।

ନାହିଁ ଆଦି ଅନ୍ତ ପୁଣି ସେ ଅବ୍ୟକ୍ତ

       ଆତ୍ମାର ମିଳନ ବିନ୍ଦୁ,

ତୁମ ଠାରେ ଲୀନ ସବୁ ମୋକ୍ଷ ଆତ୍ମା

       ତୁମେ ପରା ଭାବସିନ୍ଧୁ।

ଏକରୁ ଅନେକ, ଅନେକରୁ ଏକ

        ଜଗନ୍ନାଥ ପରଂବ୍ରହ୍ମ ,

ତୁମେ ରାମ,ଶ୍ୟାମ,ଅନନ୍ତ ,ଗୋପାଳ

        ସବୁ ଅଟେ ତୁମ ନାମ।

    


Rate this content
Log in

Similar oriya poem from Inspirational