STORYMIRROR

Ashok Kumar Pradhan

Inspirational

4  

Ashok Kumar Pradhan

Inspirational

ଅଣ ନିଃଶ୍ବାସୀ

ଅଣ ନିଃଶ୍ବାସୀ

1 min
23.9K


ପୃଥିବୀ ହୋଇଛି ଅଣ ନିଃଶ୍ବାସୀ 

କ୍ରୁର ମଣିଷର କୁଚକ୍ରେ ପେଶି ll


ପ୍ରଦୂଷଣେ ହୋଇଲା ଅସ୍ତବ୍ୟସ୍ତ 

ଜୀବଜନ୍ତୁ ଯେହ୍ନେ ଗଲେ ବିନାଶ ll


ବିଶ୍ଵେ ତାଣ୍ଡବ ରଚେ ମଣିଷ 

ନିଃଶ୍ବାସକୁ ଜମା ନାହିଁ ବିଶ୍ବାସ ll


ଧୂଆଁ ଧୂଳି ଛାଡେ ପରିବେଶକୁ 

ପ୍ରଯୁକ୍ତି ବିଜ୍ଞାନ ବଳେ ନାଶକୁ ll


ମନ୍ତ୍ର ମାନବ ଯନ୍ତ୍ର କବଳେ 

ଖିଆଲି ଛାଡୁନି ଅହଂର ବଳେ ll


ସବୁଜ ବନାନୀ ଦେଇଛି ପୋଛି 

ନିଜ କୁରାଢିରେ କାଟିଛି ଗୋଛି ll


କଳ କାରଖାନା ଗଢି ଦେଇଛି 

ବିଷାକ୍ତ ପବନେ ନିତି ମରୁଛି ll


ନ ଥାଏ ମହାମାରୀକୁ ଡର 

ଟଙ୍କା ପଛେ ଧାଇଁ ହୁଏ ଛାରଖାର ll


ସମୟ ଆସିଛି ସୁଧୁରି ଯିବ 

ନ ହେଲେ ଜୀବନ ଲୋପ ପାଇବ ll


ପରିବେଷ୍ଟନୀଟି ରହିଲେ ଶୁଦ୍ଧ 

ହସିବ ଧରଣୀ କୋଟି ଆୟୁଧ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational