The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Mr.GAGAN BIHARI NAYAK

Tragedy Inspirational Children

2  

Mr.GAGAN BIHARI NAYAK

Tragedy Inspirational Children

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
98


ଶିକ୍ଷା ସଭ୍ୟତାର ଦେଶ ଏ ମୋହର 

ବିଶ୍ଵ ପଡେ ଯାର ନାଆଁ ।

ଶିକ୍ଷାକୁ ବିକ୍ରୟ କରେ ବ୍ୟବସାୟୀ 

କିଣନ୍ତି ଧନୀର ଛୁଆ ॥

ଗୋବର ଲିପାର ମାଟି କାନ୍ଥ ଘରେ 

ତଳେ ବସି ପାଠ ପଢି ।

ମୁଠି ଚାଉଳର ଦାନେ ମୁଁ କିଣିଛି 

ଶିଖିବାକୁ ପାଠ ଖଡି ॥

ଚପଲ ପିନ୍ଧିବା ସାତ ସ୍ଵପ୍ନ ଥିଲା 

ଚାଲି ଚାଲି ଯିବା ସାର ।

ମୁଠି ଚାଉଳରେ କିଣିଦେଲୁ ଯାରେ 

 ଶିକ୍ଷା ବ୍ୟବସାୟ କରେ ॥

ଶିକ୍ଷାତ ମୌଳିକ ଅଧିକାର ଆମ 

କାହିଁ ମୁକ୍ତ ଶିକ୍ଷା ଆଉ ।

ଗରିବ ଛୁଆର ମୋବାଇଲି ନାହି

ଶିକ୍ଷା ସେ କିଣିବ କାହୁଁ  ॥

ଅନ ଲାଇନିରେ ପାଠ ପଢା ଚାଲେ 

ମହାମାରୀ ଆତଙ୍କରେ ।

ଗରିବ ପିଲାର ନିଦ ହଜି ଯାଏ 

ନୂଆ ପାଠ ଶିଖିବାରେ ॥

ନାହିଁ ଯା" ପାଖରେ ଭଲ ଖାଇବାକୁ 

ପୃଷ୍ଟିକର ଖାଦ୍ୟ ପେୟ ।

ପଢିବାରେ ତାର ସମାନତା ନାହିଁ 

ତଥାପି ସେ ଭାରତୀୟ ॥



Rate this content
Log in

More oriya poem from Mr.GAGAN BIHARI NAYAK

Similar oriya poem from Tragedy