STORYMIRROR

Chinmaya Kumar Nayak

Abstract Inspirational

2  

Chinmaya Kumar Nayak

Abstract Inspirational

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
31

ବଦଳିଲା ଏବେ ପାଠପଢ଼ା ରୀତି

ମୋବାଇଲ ହେଲା ସାଥି

ଅନଲାଇନରେ ବିଦ୍ୟାଳୟ ଚାଲେ

ପିଲାଙ୍କ ବଦଳେ ମତି। 


ଗୁରୁ ଗୃହେ ରହି ଶିକ୍ଷା ପାଉଥଲେ

ଅତୀତରେ ଛାତ୍ରଗଣ,

ଜୀବିକା ସହିତ ମନୁଷ୍ୟତ୍ୱ ମନ୍ତ୍ର

ଶିକ୍ଷାର ଥିଲା ଆଧାର। 


କାଳକ୍ରମେ ହେଲା ଚାଟଶାଳୀ ଘରେ

ଶିକ୍ଷାଦାନର ବ୍ୟବସ୍ଥା,

ଧୀରେ ଧୀରେ ହେଲା ବିଦ୍ୟାଳୟ ଖୋଲା

ବିକଶେ ଶିକ୍ଷାର ସଂସ୍ଥା।


ଛାଟ ହଜିଗଲା ସମୟ ସାଥିରେ

ପିଲାଏ ହେଲେ ସ୍ୱାଧୀନ

ଗୁରୁ ଦଣ୍ଡ ଦେଲେ ଅଭିଯୋଗ ହେଲା

ଗୁରୁ ହେଲେ ନିରୁତ୍ତର। 


ଆଜି ସମୟର ଆହ୍ୱାନ ଆସିଛି

ବିଦ୍ୟାଳୟ ଦ୍ୱାର ମନା,

ମୋବାଇଲ ଦିନେ ମନା ଥିଲା ଆଜି

ଅନଲାଇନ କଲା ବଣା।


ଯାହାହେଉ ପଛେ ନ ହଜୁ ଶିକ୍ଷାର

ଅସଲ ଉଦ୍ଦେଶ୍ୟ ମୂଳ,

ବିପଥେ ନଭ୍ରମୁ ଶିକ୍ଷାର ବ୍ୟବସ୍ଥା

ଜ୍ଞାନର ବହୁ ଅନୀଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract