STORYMIRROR

Lokanath Rath

Inspirational

3  

Lokanath Rath

Inspirational

ଅନଲାଇନ ଆସର

ଅନଲାଇନ ଆସର

1 min
302

ବିପଦ ଆସିଲା ସଜାଗ କରିଲା ଶିଖାଇଲା ନୂଆ ମାର୍ଗ  

ଜୀବନ ପାଇଁ ସର୍ବେ ଚାହିଁଲେ ରଖିବେ ପେଶାକୁ ଆଗ |


ଆପଦର ବେଳେ ଜୀବିକାର ପାଇଁ ଚିନ୍ତିତ ଯେବେ ହେଲେ  

ଅନଲାଇନ ଆସର ବଳେ ଘରେ ରହି କାର୍ଯ୍ୟ କଲେ |


ନୂଆ ନୂଆ ଏହା ଲାଗୁଥିଲା ସତେ ବଡ଼ ଅଡୁଆ  

କିନ୍ତୁ ବୁଝୁଛନ୍ତି ଏବେ ଏହାର ମହତ କେତେ ବଢିଆ |


ଏହି ଅନଲାଇନ ଆସର ଏବେ ଯୋଡ଼େ ସଭିଙ୍କୁ ନିମିଷକରେ  

ସମୟ ଏବଂ ଅର୍ଥକୁ ବଞ୍ଚାଏ ସିଏ ସବୁ କର୍ମକ୍ଷେତ୍ରରେ |


ଡରି ଡରି ବିଦ୍ୟାର୍ଥୀ ଆଗ ଭାବୁଥିଲେ କେମିତି କରିବେ ?

ଏହି ଅନଲାଇନ ଅସାରରେ କେମିତି ପଢି ଶିକ୍ଷା ନେବେ ?


ଶିକ୍ଷକ ଥିଲେ ବଡ଼ ଚିନ୍ତାରେ କେମିତି ଦେବେ ଶିକ୍ଷା  

ଅନଲାଇନ ଆସର ଭରସା ଦେଇଛି କରିଛି ଶିକ୍ଷାର ରକ୍ଷା |


ଚିକିତ୍ସା ପାଇଁ ଯେବେ ଥିଲା କଟକଣା ମହାମାରୀ ପାଇଁ  

ତାହା ଦୂର ହେଲା ଏହି ଅନଲାଇନ ଆସର ପାଇଁ |


ଖାଲି ସେତିକି ନୁହେଁ ଜ୍ଞାନ କୌଶଳ ପାଇଛି ମାର୍ଗ  

ଏହି ଅନଲାଇନ ଆସର ଦେଇଛି ସବୁ ସୁବିଧା ସୁଯୋଗ |


ଧୀରେ ଧୀରେ ଏବେ ସବୁ କ୍ଷେତ୍ର ଧରିଛି ଏହାକୁ  

ଆପଣାନ୍ତି ତେଣୁ ସଭିଏଁ ଏହି ଦେଖ ଅନଲାଇନ ଆସରକୁ |


ଅଭିନେତା ମଧ୍ୟ ଚିନ୍ତା କରୁଥିଲେ ନିଜ ଘରେ ବସି  

ଏବେ ତାଙ୍କୁ ସୁବିଧା ଦେଇଛି ଅନଲାଇନ ଆସର ଆସି |


ରାଜନେତା ସବୁ ବଡ଼ ଚିନ୍ତାରେ ଥିଲେ ପଡିଥିଲା ଭାଳେଣି  

ଶଙ୍କା ଦୂର ହେଲା ଏବେ ଏହି ଅନଲାଇନ ଆସରକୁ ଜାଣି |


ଖାଲି ସେତିକି ନୁହେଁ ଏବେ ଘରୁ ହୁଏ ସମ୍ମିଳନୀ  

ଏହି ଅନଲାଇନ ଆସରରେ .କବି ନେତା ଅଭିନେତା ପୁଣି |


କହି ପାରୁଥିବେ ଶୁଣି ପାରୁଥିବେ ଦେଖୁଥିବେ ସବୁ କିଛି  

ଏହି ଅନଲାଇନ ଆସର ଆଜି ଏହି ସୁବିଧା ଦେଇଛି |


ନାହିଁ ଏବେ ଭ୍ରମଣ ନାହିଁ ଡର ଏହି ମହାମାରୀକୁ 

ଘରେ ବସି ସବୁ ସମ୍ଭବ ଆଦରିଲେ ଅନଲାଇନ ଆସରକୁ |


ପ୍ରଗତିକୁ ଏବେ ରାସ୍ତା ଦେଖାଇଛି ଏହାର ତୁଳନା ନାହିଁ  

ଅନଲାଇନ ଆସର ଠାରୁ ଏବେ ସୁନ୍ଦର ସୁବିଧା କାହିଁ ?



Rate this content
Log in

Similar oriya poem from Inspirational