ଅନିର୍ଦ୍ଦିଷ୍ଟତା
ଅନିର୍ଦ୍ଦିଷ୍ଟତା


ଆଶାତୀତ ଆକାଂକ୍ଷାକୁ ଆମନ୍ତ୍ରଣ କରି
ଅନ୍ୟମନସ୍କା ଆଉ ଆନମନା
ଅବଶିଷ୍ଟ ଆୟୁଷକୁ ଆୟୁଧ କରି
ଆଗାମୀ ମୋ ଅଦେଖା-ଅଜଣା |
ଆଜି ତ ଅତିଥି ଅଲୋଡା ଅଖୋଜା
ଅପୂର୍ଣ୍ଣ, ଅଥଚ ନୁହେଁ ଅସମ୍ଭବ
ଅପ୍ରାପ୍ତିର ଅନ୍ଧକାରେ ଆଲୋକ ଖୋଜି
ଆଶାର ଅନ୍ତିମ ଆଳୟ ଆରମ୍ଭ |
ଆଶାତୀତ ଆକାଂକ୍ଷାକୁ ଆମନ୍ତ୍ରଣ କରି
ଅନ୍ୟମନସ୍କା ଆଉ ଆନମନା
ଅବଶିଷ୍ଟ ଆୟୁଷକୁ ଆୟୁଧ କରି
ଆଗାମୀ ମୋ ଅଦେଖା-ଅଜଣା |
ଆଜି ତ ଅତିଥି ଅଲୋଡା ଅଖୋଜା
ଅପୂର୍ଣ୍ଣ, ଅଥଚ ନୁହେଁ ଅସମ୍ଭବ
ଅପ୍ରାପ୍ତିର ଅନ୍ଧକାରେ ଆଲୋକ ଖୋଜି
ଆଶାର ଅନ୍ତିମ ଆଳୟ ଆରମ୍ଭ |