STORYMIRROR

Anita Dash

Romance Inspirational Others

3  

Anita Dash

Romance Inspirational Others

ଅନିର୍ବଚନୀୟ ଖୁସି

ଅନିର୍ବଚନୀୟ ଖୁସି

1 min
175


ଅନ୍ତର ମନ୍ଦିରେ ନୀଳମଣି ମୁଁ ଯେ ଥାପିଛି ତୁମ ମୂରତି,

ମୋ ହୃଦ-ସ୍ପନ୍ଦନ ଚାଲିଥିବା ଯାଏଁ ତୁମେ ସଦା ମୋର ସାଥି।

ଆଖି ବୁଜି ଦେଇ ପଲକ ଉହାଡେ ନିଇତି ତୁମକୁ ଦେଖେ

ଆଖି ଖୋଲିଦେଲେ ତୁମ ମୁହଁ ପରା ଆଖି ସାମନାରେ ଭାସେ !

ତୁମ ନୀଳିମାରେ ନୀଳ ନୀଳ ଦିଶେ ନଶ୍ୱର ସାରା ସଂସାର ,

ଅସୀମ ଅଶେଷ ତୁମେ ଅନୁପମ ଚିର ଆନନ୍ଦ ଆଧାର।



ଦୂରେ ଥାଇ ସଦା ପାଶେ ଅଛି ରହି, ମୁଁ କେଡେ ସୌଭାଗ୍ୟବତୀ,

ତୁମରି ପରଶେ ମୋ ଅଙ୍ଗ ସୁଷମା ଦେଖ କେଡେ ଝଲସୁଛି !

ତୁମଠାରୁ ହାରି ତୁମକୁ ଜିତି ମୁଁ ପାଇଛି ପ୍ରେମର ମୋତି,

ତ୍ୟାଗ ଭାବନାରେ ,ଶାଶ୍ୱତ ପ୍ରେମରେ, ପ୍ରେମ ଅମଳିନ ଜ୍ୟୋତି।

ତୁମ କଥା ଭାଳି ବିରହ ନିଆଁରେ ଜଳି ବା ମରିଵି କାହିଁ ?

ତୁମେ ପରା ଧନ, ମୋ ମନ ମୋହନ ଛାଇ ପରି ଅଛ ରହି।


ପଣତ କାନିରେ ବାନ୍ଧିବାକୁ ଚାହିଁ ହେଉଥିଲି କେତେ ଦୁଃଖୀ,

ଏବେ ବୁଝିଛି ମୁଁ, ମୁକତି ବନ୍ଧନେ ଅନିର୍ବଚନୀୟ ଖୁସି।


*****************************


Rate this content
Log in

Similar oriya poem from Romance