STORYMIRROR

puspalata samantary

Abstract

2  

puspalata samantary

Abstract

ଅନିଚ୍ଛା

ଅନିଚ୍ଛା

1 min
73

ଜୀବନ ପଥରେ କେତେ ସମସ୍ୟା ଆସିବ,

ଦୁଃଖ ସୁଖ ହସ କାନ୍ଦ କେତେ ଶିକ୍ଷା ଦେବ

ତା ମଧ୍ୟରୁ ଉତ୍ତମ ପଥ ବାଛିବା ପାଇଁ,

ସବୁ ଅଭିଜ୍ଞତା ଆଣିଦେବ ତୁମପାଇଁ

କେବେ ହସୁଥିବ ପୁଣି କେବେ କାନ୍ଦୁଥିବ,

ଅଧର୍ଯ୍ୟ ହୋଇ ବା କେବେ କର୍ମ ନିନ୍ଦୁଥିବ

ଏହି ତ ଅଟଇ ଶ୍ରେଷ୍ଠ ଜୀବର ଜୀବନ,

ଜନ୍ମ ଜଞ୍ଜାଳ ରେ ଘୁରୁଥାଇ କେତେ ଦିନ

ବୁଝି ନ ପାରଇ ତାହା ଅଜ୍ଞାନ ମଣିଷ,

ବି ଅର୍ଥ ରେ ବ୍ୟର୍ଥ ହେଉଥାଇ ତା ଆୟୁଷ

ଜାଣି ନ ପାରି ସେ ଶ୍ରେଷ୍ଠ ଯାହାକୁ ଭାବିଲା,

ଅନିଚ୍ଛା ଆକସ୍ମିକ ରେ ତାକୁ ହରାଇଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract