STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ଅଙ୍କୁରୋଦଗମ

ଅଙ୍କୁରୋଦଗମ

1 min
461

ନବବର୍ଷର ନୁଆ ସୁରୁଜ ନୁଆ ଢଙ୍ଗରେ ନାଚିବ

ହିଂସା ଦୁର୍ନୀତି ,ପାପଭାବନା ପ୍ରେମରେ ନିତି ହଜିବ

ସକାଳୁ ସଞ୍ଜ ଭାଇଭାବରେ ଜୀବନ ଆମ ଢ଼ାଳିବା

ନୁଆ ଚିନ୍ତାରେ ନୁଆ ପୃଥିବୀ ନୁଆ ନକ୍ସାରେ ଗଢ଼ିବା


ଦଙ୍ଗା ,ଦାରିଦ୍ର ଦହନକରି ସହଯୋଗର ହାତରେ

ରାଷ୍ଟ୍ର କଳ୍ପନା ,ସ୍ୱଚ୍ଛ ଭାବନା ଆତ୍ମା ପରମ ଆତ୍ମାରେ

ବଡ଼ ସମ୍ମାନ ସାନ ଆଦର ପାପ ପୁଣ୍ୟକୁ ପରଖି

ଦେଶକୁ ଆମ ଏକ କରିବା ବିଶ୍ୱେ ଏକତା ତନଖି


ନବବର୍ଷରେ ନଷ୍ଟଚରିତ୍ର ନାସିବା ନିଇତି ମିଶି

ଆତଙ୍କ ଦୂର କରିବା ଦେଶୁ ସଭିଙ୍କ ହସରେ ହସି

ଜ୍ଞାନ ,ବିଜ୍ଞାନ କଉଶଳରେ ସବୁଜ ଶଙ୍ଖ ବଜାଇ

କୃଷିଭାଇ ଓ ସୈନିକେ ସଦା ଇଜତ ଦେବା ଭାଇ


ଭାରତ ଆମ ଜନମ ଭୂମି ସଭିଏ ତାରି ସନ୍ତାନ

ଚନ୍ଦନ, ବନ୍ଦନ ,ଅଭିନନ୍ଦନ ଭାଇଭଉଣି ଶୁଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract