ଅଙ୍ଗାର
ଅଙ୍ଗାର
କାଷ୍ଠ ଜଳି ଦରପୋଡା ହେଲେ
ହୋଇ ଯାଇଥାଏ ଅଙ୍ଗାର ।
ଅଙ୍ଗା ର କୁ ଯେତେ ବି ଧୋଇଲେ
କଳା ଝରୁଥାଏ ତା ଦେହର ।
ଜନ୍ମ ଲଭି ପିତା ମାତାଙ୍କ ପାଖରୁ
ଗୁରୁଜନେ ଭକ୍ତି ଯାର ନଥାଏ ।
କର୍ମ କୋଢ଼ି ହୋଇ ଉପାସ ରଖିଲେ
କୂଳେ କୁଳାଙ୍ଗାର ସେହି ବୁଲାଏ ।
ନ୍ୟାୟ ଅନ୍ୟାୟ ଚିନ୍ତା ନକରିଣ
ସମାଜରେ ଯିଏ ନେତା ବୁଲାଏ ।
ଦୁଃଖ ସୁଖ କଥା ଲୋକ ଙ୍କ ନବୁଝି
ସମାଜ ଅଙ୍ଗାର ଜାଣଇ ସର୍ବେ ।
କାଷ୍ଠ ପୋଡା ଅଙ୍ଗାର କର୍ମରେ ଲାଗଇ
ଦନ୍ତ ମଜ୍ଜନ ରେ ଆବଶ୍ୟକ ।
ଶିଜୁ କାଠିରେ ଅଙ୍ଗାର ଘସିଲେ
ଦାନ୍ତ ତ କରଇ ଚକଚକ ।
କୁଳାଙ୍ଗାର କୌଣସି କାର୍ଯ୍ୟ ରେ ଆସେନି
ଅଶାନ୍ତି ତା ପାଇଁ ପରିବାର ।
ଅଙ୍ଗାର ଭତରେ ଅଙ୍ଗାର ସିଏ
ଚଳି ପରେ ନାହିଁ ସଂସାରର ।
ପ୍ରଭୁ ଇଛା ବଳେ ଅଙ୍ଗାର ଦେହରୁ
ମୂଲ୍ୟବାନ ହୀରା ପ୍ରକାଶଇ
ଅଙ୍ଗାର ଚାହିଁଲେ ଭଲ କରିପାରେ
ଦେଶ ର ଉନ୍ନତି ଦିଏ ଭିଏଇ ।
