STORYMIRROR

Chittaranjan Nanda

Classics Others

3  

Chittaranjan Nanda

Classics Others

ଅନେକ ପ୍ରଶ୍ନରାଜି ଜୁଟେ ମନରେ

ଅନେକ ପ୍ରଶ୍ନରାଜି ଜୁଟେ ମନରେ

1 min
126


ଭାବରେ ହୋଇ ବଶ, କୈକେୟୀ ମନ୍ତ୍ରଣାରେ 

ପିତା ଦେଇଥିଲେ ଅଯୌକ୍ତିକ ଦୁଇ କଥା

ହେ ରାମ, ତୁମେ ପରା ସତ୍ୟର ସାରଥୀ, କିଆଁ 

ପାଳନ କରିବାକୁ ନଲାଗିଲା ବ୍ୟଥା  ।୧।


ପିତା ଦେଇ ଥିବା ସତ୍ୟ ପାଳିବା ପାଇଁ, ବିନା 

ଦ୍ୱିଧାରେ ତତ୍ କ୍ଷଣ ବନକୁ ଚାଲିଗଲ 

ରାମ, ହେ ପୁରୁଷୋତ୍ତମ, ତୁମେ ପରା ପ୍ରଜା

ବତ୍ସଳ, ପ୍ରଜା ବିନତୀ ତ ନଶୁଣିଲ  ।୨।


ରାମ, ହେ ପୁରୁଷୋତ୍ତମ, ତୁମେ ପରା ଦୁଷ୍ଟଙ୍କୁ

ବିନାଶି ସତ୍ୟ ଓ ସନ୍ଥକୁ ପାଳନ କର 

ସୀତା ମାତାକୁ ସମାଜ ଲାଂଛନା ଦେବାରେ କିଆଁ

ଗୁମ ସୁମ ହୋଇ ପାଲଟି ଗଲ ପଥର  ।୩।


ରାବଣ ସୀତାଙ୍କୁ ପୁଷ୍ପକ ବିମାନେ ଛଳରେ ବଳ 

ପ୍ରୟୋଗ କରି ଲଙ୍କାକୁ ନେଇ ଗଲା

ଲଙ୍କାର ବିଜୟ ପରେ, ପର କଥା ଶୁଣି, ତୁମର

ମନ ମଧ୍ୟେ କୁଚିନ୍ତା କାହିଁକି ଭରିଗଲା  ।୪।


ଧୋବା ଧୋବଣୀ କଳି ଶୁଣି, ଭାବନା ପୁନଶ୍ଚ ଆସିଲା

ଗର୍ଭବତୀ ସତୀ ସୀତାଙ୍କୁ ବଣକୁ ପଠାଇଲ

କି ଅବସ୍ଥା ଭୋଗିବେ ଏକାକି ନାରୀ ଘୋର ଜଂଗଲରେ

ଭାବିଲ ନାହିଁ ପ୍ରଜାବତ୍ସଳତାର ଦ୍ୱାହି ଦେଲ ।୫।


ଅନେକ ସମ୍ଭାବ୍ୟ ପ୍ରଶ୍ନରାଜି ଜୁଟେ ମନର ମଧ୍ୟରେ,

ଦେବ ସମାଜ କେବଳ ତାହାର ଉତ୍ତର 

ନାରୀର ଆଖିରୁ ଝରିଲେ ଲୁହ ରକ୍ଷା କରୁଥିଲା ସେଇ

ପୁରୁଷକୈନ୍ଦ୍ରିକ ସମାଜ, ନୁହଁ କି ମିଥ୍ୟା ଉତ୍ତର ।୬।


ସାହିତ୍ୟକ ଓ ସାହିତ୍ୟ ହେଉ ସତ୍ୟ ଅନ୍ୱେଷଣର

ପଥ, ବଞ୍ଚିବା ଓ ସତ୍ଯ ପଥେ ଯିବା ପାଇଁ

ଆଜି ରାମ ନବମୀରେ ନେବା ଶପଥ ଦେଖାଇବା 

ପଥ ନାରୀ ନିର୍ଯ୍ୟାତନା ଅନ୍ୟାୟ ରହିବ ନାହିଁ ।୭।


ଗୋଡାଣିଆ ଭାବ କିମ୍ବା ଶବ ସ୍ୱରୂପକୁ ତ୍ୟାଗ 

କରି ଦେଖାଇବା ଆମେ ନୂତନତ୍ୱ

ଦୁନିଆରେ ବିଶ୍ୱ ହିତେ ମହତ୍ ଭାବନାର ଫୁଟି

ଉଠୁ ପ୍ରକୃତି ପ୍ରଦତ୍ତ ଚେତନାର ତତ୍ତ୍ୱ  ।୮।


Rate this content
Log in

Similar oriya poem from Classics