STORYMIRROR

ବିନୟ ମହାପାତ୍ର

Romance

3  

ବିନୟ ମହାପାତ୍ର

Romance

ଅନେକ ବରଷ ପରେ

ଅନେକ ବରଷ ପରେ

1 min
283

ଅନେକ ବରଷ ପରେବି

ତୁମେ ଠିକ୍ ଠିକ୍ ସେମିତି ଲାଗୁଛ,

ଯେମିତି ଲାଗୁଥିଲ ପ୍ରଥମ ଦେଖାରେ

ଆଉ ଏବେ,

ନା' ତୁମେ କିଛି ବଦଳିଛ,

ନା' ତୁମେ ପୁରୁଣା ହୋଇଛ,

ନା' କିଛି ନୁଆ ନୁଆ ଦିଶୁଛ


ଭାବୁଥିଲି ସମୟ ସାଥିରେ

ବହୁତ କିଛି ବଦଳିଯାଏ,

ତୁଠ ପଥର ସିନା ଚୁପଚାପ୍ ପଡିଥାଏ

ହେଲେ, ରୁଦ୍ରାକ୍ଷ ଚେହେରା ତାର

ନୁଆ ଭୁଆଷୁଣି ଗୋଇଠି ଘସି ଘସି

କୁଆରୀ କନିଆଁର ମୁହଁପରି

ତୁଠ ପଥର ବି

ଚହଟ ଚିକ୍କଣ ହୋଇଯାଏ

ହେଲେ ତୁମେତ ସେଇମିତି ରହିଗଲ

ନା' ତୁମେ ବଦଳିଲ

ନା ବଦଳିଲା ତୁମର ହାବଭାବ

ନା' ତୁମ ପ୍ରେମ ବଇଭବ

ଏବେ ବି ମୁହଁ ଫୁଲାଇ ଦିଅ

କଣ ଟିକେ କହିଦେଲେ,

ଆଖିରୁ ଟପ୍ ଟପ୍ ଗଳିପଡେ ଲୁହ

କେବେ ସାଉଁଳେଇ ଦେଲେ

ଫିକ୍ କିନା ହସିଦିଅ

ସରମୀ ଆଖିବୁଜି, ଟିକିଏ ଫୁଲେଇ ହୁଅ

କତିକି ଆଉଜାଇ ନେଲେ

ଲାଜକୁଳୀ ଲତାପରି ଛାତିକି ଆଉଜି ଯାଅ


ବାଳର ରଙ୍ଗ, ଆଉ

ହାଡ ଉପରେ ନେସା କେଇପଳ ମାଉଁଷ

ଅବା ଚିକ୍କଣ ଗାଲର କଣବା ଭରଷା,

ରଙ୍ଗେଇଦେଲେ ରଙ୍ଗିଯାଏ

ପୁଣି ଦୁଇଦିନ ପରେ

ଯେମିତିକି ସେମିତି ନିରସା

ହେଲେ, ଏବେବି

ହୃଦୟର କାନ୍ଥ ସେମିତି ମଜଭୁତ ଅଛି

ମନ ଏବେ ପୋଷା ମାନି ଯାଇଛି

ଆମ ପ୍ରେମ ଅଛି,

ତୁମେ ଅଛ ମୁଁ ଅଛି

ଏହାଠାରୁ ଅଧିକା କିଛି, କିଏବା ଚାହିଁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance