ଅନ୍ଧକାର
ଅନ୍ଧକାର
ଚତୁର୍ଦ୍ଦିଗେ ଅଜ୍ଞାନର
ଅନ୍ଧକାର ଘୋଟି
ସମାଜରୁ ସୁଖଶାନ୍ତି
ନେଇଅଛି ଲୁଟି ।
ବୁଦ୍ଧି ବିବେକ ସଂସ୍କାର
ହୋଇଲାଣି ଲୁପ୍ତ
ମଣିଷପଣିଆ ଆଜି
ହୃଦୟରୁ ଲୁପ୍ତ ।
ସ୍ୱାର୍ଥ ଲୋଭ ଭାଙ୍ଗିଲାଣି
ସମ୍ପର୍କର ଖିଅ
ଶ୍ରେଷ୍ଠ ମଣିଷ ସମାଜ
ଶୁଭଦୃଷ୍ଟି ଦିଅ ।
ଆତ୍ମ ଚେତନା ଚିନ୍ତନ
ଉନୁମୁକ୍ତ କରି
ଏ ଅଜ୍ଞାନ ଅନ୍ଧକାର
ଦିଅ ଦୂର କରି ।
