STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଅନ୍ଧାରରେ ଥାଉ କିଛି

ଅନ୍ଧାରରେ ଥାଉ କିଛି

1 min
327

ମନର କଥା ତ ଖୋଲି କହିଦେଲି ତଥାପି ପଚାର ଆଉ

କଥାରେ ଯଦି ମୋ ପରତେ ନଯାଅ ଅନ୍ଧାରରେ କିଛି ଥାଉ

ଅନ୍ଧାରରେ କିଛି ଧନ ଯଉବନ ଅନ୍ଧାରେ କିଛି ସପନ

ଅନ୍ଧକାର ଯଦି ହଟିଯିବ ସେଠି ଆଉ ନ ବଳିବ ମନ


ଅନ୍ଧକାରଟିଏ ଅଛି ବୋଲି ସିନା ଜହ୍ନ ଉଠିଥାଇ ହସି

ତାରଗଣ ତା'ର ସାଙ୍ଗ ସାଥି ନେଇ ପାଖରେ ଥାଆନ୍ତି ବସି

ସୁରୁଜ ଉଇଁଲେ ଅମା ଅନ୍ଧକାର କୁଆଡେ ଉଭେଇ ଯାଏ

ତଥାପି ମନର ନିଭୃତ କୋଣରେ ବାସଟିଏ ତା'ର ଥାଏ


କିଛି ଅନ୍ଧକାର ନୁହଇଁ ବେକାର ସେଇ ଯେ ଅମୂଲ ମୂଲ

ଖୋଲିଯିବ ଯଦି ସେଇ ଅନ୍ଧକାର ଉଡିପାରେ ନିଆଁ ଝୁଲ

ଅବିଶ୍ବାସ କିମ୍ବା ଅପଚିନ୍ତା ଯାହା ଥାଏ ମନର ଭିତର

ପ୍ରକାଶ ହୋଇଲେ ଅନ୍ଧାର ମନରୁ ଅନର୍ଥଟି ଏକା ସାର


ଆଲୋକିତ ମନୁ ପୁଲକିତ ତନୁ ଯାହା ବି ଉହ୍ୟ ରହୁଛି

ତୁମର ଆମର ସମ୍ପର୍କ କାହାଣୀ ଅନ୍ଧାରରେ ଥାଉ କିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract