STORYMIRROR

Ajaya Kumar Mohanty

Abstract

3  

Ajaya Kumar Mohanty

Abstract

ଅନ୍ଧାର

ଅନ୍ଧାର

1 min
384


ଆଲୁଅ ଲିଭିଲେ

ଦପ୍ ଦପ୍ ଜଳେ 

ଅନ୍ଧାର 

କିଟି କିଟି କଳା

ଭୀଷଣ ଭୟଙ୍କର


ଚିହ୍ନା ଶବ୍ଦମାନଙ୍କର

ବିକଟ ଚିତ୍କାର 

ଭୂମିକମ୍ପ ଉଚ୍ଚ ସ୍କେଲର

ପୃଥିବୀର ଛାତି ଚିରେ

ସ୍ତର ସ୍ତର ଫସିଲ୍ ପଥର


ସ୍ମୃତି ସବୁ ଅଶରିରୀ

ସତ୍ୟ ହୁଏ ଇତିହାସ 

ଭୂତ ଗତକାଲିର ଅସ୍ତିତ୍ବ 

ଆଲୁଅର ଅବର୍ତ୍ତମାନରେ 

ବିସ୍ମୃତିର ଅବୁଜା ଗଳିରେ


ଆଲୁଅ ଲିଭିଲେ

ମଂଚ ଅନ୍ଧାର ହୁଏ 

ଓହ୍ଲାଇ ଆସନ୍ତି ଭୂତ

ଚିହ୍ନା ଅତୀତର ସତ୍ଯ 

ଅବିକଳ ଧଳାକଳା ଚିତ୍ର


ଅନ୍ଧାରରେ ନିହାତି ଏକେଲା

ଖୁବ୍ ଅସହଜ ଲାଗେ

ଦୁଘର୍ଟଣାମାନଙ୍କ ଚେହେରା, 

ଅପହଞ୍ଚ ନିଜ ଛାଇ

ପାଉଁଶ ତଳେ ଜଳେ ନିଆଁ


ଅବଚେତନ ବି କୁରୁକ୍ଷେତ୍ର 

ଚାଲିଥାଏ ନିରନ୍ତର ଯୁଦ୍ଧ 

ଆତ୍ମା ସାରଥି କୃଷ୍ଣ 

ଅନ୍ଧାର ସୀମା ସେପାରେ

ଝଲକୁଥାଏ ଆଲୋକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract