STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

ଅନ୍ଧାର ରାତିର ଆଖି

ଅନ୍ଧାର ରାତିର ଆଖି

1 min
708


ମୋ ନୀରବ ପ୍ରେମର ଗୁମାନ୍ ଇସ୍ତାହାର

ଡେଇଁଯିବକି 

ତୁମ ସ୍ୱପ୍ନୀଳ ଆଖିର ମେଘନାଦ ପ୍ରାଚୀର


ଅବା ମୋ ତପ୍ତ ଲୁହରେ 

କଳ୍ପନା ବାଲିସ୍ତୁପ ଅଚିରେ ଧରାଶାୟୀ ହେବ 

ଆଖି ଆଗରେ ପାଇ 

ଉଜ୍ଜଳିତ ବିଶାଳ ଅମ୍ବର


ମୋ ହୃଦୟର ବ୍ୟାକୁଳ ଆର୍ତ୍ତନାଦ

ବନଭୁଇଁ ଆଲୋକିତ ଇଲାକାରେ ଉଭେଇ ଯିବ

ଅବା ମୁଲାୟମ୍ ଆଙ୍ଗୁଠି ସ୍ପର୍ଶର ବୋଲମାନି 

ଗୁଞ୍ଜରିତ ହୋଇ ଉଠିବ


ସେ କଥା ସୁନେଲି ସୂର୍ଯ୍ୟସ୍ନାତ ଆଖି ଦୁଇଟି 

ଭଲଭାବରେ ଜାଣେ

ହେଲେ ମୁଁ ଆଉ ମୋର ହୋଇ ନଥିବି

ଏକଥା ଲେଖାଥିଲା ମୋ ଶିରା ପ୍ରଶିରା ଧମନୀ ଭାଗ୍ୟର 

କୋଣେ ଅନୁକୋଣେ


ତୁମ ପାଇଁ ହୋଇପାରେ ମୁଁ ମଧ୍ୟାହ୍ନର ରଙ୍ଗହୀନ ଛାଇ

ହେଲେ ମୋ ଆଖିଭର୍ତ୍ତି ସ୍ୱପ୍ନ ଆଉ ଆଜ୍ଞାକ୍ଷା'ର ନୀଳ ନଈ


ତୁମେ ଚାହିଁଲେ ତାକୁ ପରଖିପାର 

ଓଠ ପାଖୁଡାରେ ଛୁଇଁ ଛୁଇଁ 

ତୁମକୁ ସମୟ କି ମୁଁ 

କେହି କେବେ ରୋକିବାର ନାହିଁ


ତୁମେ କହିପାର 

ଦି'ପାଦ ପୂର୍ଣ୍ଣତାରେ କି କେବେ ଆଖିଏ ତୃଷ୍ନା ମେଣ୍ଟି ପାରେ

ଦଲକାଏ ଫଗୁଣରେ କି କେବେ

ଗୋଟାପଣେ ଏକଲାପଣ ହସିପାରେ


କିନ୍ତୁ ଉତପ୍ତ ଦେହର କାମନା ଯେବେ ବାସ୍ତବତା ହୋଇ 

ନିତିରାତିରେ ମୋତେ ଛୁଇଁଦେଇଯିବ

ମୋ ଆଖି ଦୁଇଟି 

ତୁମ ଦେହ ନିଆଁ ପାଖରେ ଆପେ ଆପେ ସମର୍ପିତ ହେଇଯିବ


ସେବେଳେ

ଅନ୍ଧାର ରାତିର ଆଖି ଭିତରେ ଦିକ୍ ଦିକ୍ ହେଇ ଜଳୁଥିବ 

ଖଣ୍ଡେ ବିଶ୍ୱାସ ଆଉ ଦି ଆଞ୍ଜୁଳେ ଭରଷାରେ ଗଢିଉଠିଥିବା 

ଆମ ସମ୍ପର୍କର ଆମାଜନ୍ ନଈ


ସିକ୍ତ ସକାଳରେ ମଙ୍ଗଳ ଆରତୀ ଗାଇ ଗାଇ

ଆମେ ଚାଲୁଥିବା ନୂଆ ଏକ ମୋଡରେ 

ନୂଆ ନୂଆ ଶବ୍ଦଭେଦରେ

ନୂଆ ଏକ ଅଲିଖିତ କାହାଣୀ ହୋଇ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics