STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ଅନ୍ଧାର ରାତି

ଅନ୍ଧାର ରାତି

1 min
113

କିଟିମିଟି ମେଘ ଅନ୍ଧାର ରାତିରେ

ବିଜୁଳି ଦିଏ ଆଲୋକ,

ଗଛ ପତରରେ ଚିକମିକ୍ କରେ

ଜୁଳୁଜୁଳିଆ ର ପୋକ


ବେଙ୍ଗୁଲି ପୋଖରୀ, ନାଳ ପାଣି ଧାରେ

କେଁ କଟର କରେ ରଡି,

ପେଚାଟିଏ ଗଛ କୋରଡୁ ବାହାରି

ରାବ ଦେଉଥାଏ ଉଡି


ଦୂର ବଣ, ବିଲୁ ବିଲୁଆ ବିକଳେ

ହୁକେ, ହୋଅ.. କରୁଥାଏ,

କୁଳୁକୁଳୁ ହୋଇ ଗାଆଁ ମୁଣ୍ଡ ଦେଇ

ନାଳ ପାଣି ବୋହି ଯାଏ


ଅନ୍ଧାର ରାତିର ସାଥୀ, ଚୋର ଏଠି

ମନେ ନଥାଏ ତା ଭୟ

ମେଘ ଅନ୍ଧକାର ର୍ନିଜନ ରାତିରେ

ଚୋରି ପାଇଁ ରଖେ ଲୟ


ଏ ଜୀବ ଜଗତ ଚାହିଁ ରହିଥାଏ

ନୂତନ ସକାଳ ପାଇଁ,

ଅନ୍ଧାର ହଟିବ ସୂରୁଜ ଉଇଁବ

ସୁନେଲି କିରଣ ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract