STORYMIRROR

Sanjeeb Kumar Nag

Abstract Children Stories Others

2  

Sanjeeb Kumar Nag

Abstract Children Stories Others

ଅନ୍ଧ ହେଲେ ହେଇଥାନ୍ତି

ଅନ୍ଧ ହେଲେ ହେଇଥାନ୍ତି

1 min
112


ଘରଚଟିଆର ଚିଂ ଚିଂ ଶବ୍ଦ କୋଇଲିର କୁହୁ ତାନ

ଡାମରା କାଉର କା କା ଶବ୍ଦ, ଶୁଆ ଓ ଶାରୀର ମିଳନ,

ଏବେ ବି ଦେଖିପାରନ୍ତି ଯଦି ଅନ୍ଧ ହୋଇନଥାନ୍ତି।


ଏଠାକାର ନଈ, ନାଳ, ଝରଣା, ଏ ସମଗ୍ର ସୃଷ୍ଟି

ବୁକୁଫଟା ଶୀତ ସାଙ୍ଗକୁ ମୁଣ୍ଡଫଟା ଖରା, ମେଘର ବୃଷ୍ଟି,

ଏବେ ବି ଦେଖିପାରନ୍ତି ଯଦି ଅନ୍ଧ ହୋଇନଥାନ୍ତି।


କୃଷ୍ଣଚୁଡାର ମନଲୋଭା ରଙ୍ଗ ତା ସାଙ୍ଗକୁ ମଲ୍ଲୀଫୁଲର ବାସ୍ନା

ଇନ୍ଦ୍ରଧନୁର ସପ୍ତରଙ୍ଗ ତା ସାଙ୍ଗକୁ ନୀଳ ଆକାଶର ଜୋତ୍ସ୍ନା,

ଏବେ ବି ଦେଖିପାରନ୍ତି ଯଦି ଅନ୍ଧ ହୋଇନଥାନ୍ତି।


ତଥାପି ଅବଶୋଷ ନାହିଁ ଦେଖି ପାରୁନି ଏ ସୁନ୍ଦର ସୃଷ୍ଟିକୁ ବୋଲି

ଅବଶୋଷ ତ ଏଇଥିପାଇଁ କି ଜନ୍ମରୁ ଅନ୍ଧ ନହେଲି,

ଏସବୁ ଦେଖିନଥାନ୍ତି ଯଦି ଅନ୍ଧ ହୋଇଥାନ୍ତି।


ଧର୍ମ ଓ ଆସ୍ଥା ନାଁ ରେ ସହସ୍ର ନିରୀହ ଜୀବଙ୍କ ବଳି,

ରକ୍ତରଞ୍ଜିତ ରାସ୍ତାଘାଟରେ ସହସ୍ର ନିଷ୍ଠୁର ହୃଦୟର ମେଳି,

କେବେ ଦେଖିନଥାନ୍ତି ଯଦି ଜନ୍ମରୁ ଅନ୍ଧ ହେଇଥାନ୍ତି।


ବ୍ରୟଲର କୁକୁଡ଼ାର କବାଵ ଭାବି ଛଅ ବର୍ଷର ନିରୀହ ଶିଶୁକୁ,

ଛୀନ ଭିନ କରି ପକାଉଥିବାହିଂସ୍ର କୁକୁରଙ୍କ ଭାଇରାଲ ଭିଡିଓ,

କେବେ ଦେଖିନଥାନ୍ତି ଯଦି ଜନ୍ମରୁ ଅନ୍ଧ ହେଇଥାନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract