STORYMIRROR

Jyotirmoyee Mohanty

Tragedy

3  

Jyotirmoyee Mohanty

Tragedy

ଅନ୍ଧ ଦିଗନ୍ତ

ଅନ୍ଧ ଦିଗନ୍ତ

1 min
267

ନିଶବ୍ଦରେ ଚାଲୁଥିବା ପାଦ ଦ୍ଵୟ 

ଅଟକିଯାଏ କେଉଁ ଏକ ଗଛତଳ 

ଛାୟାର ମୋହରେ 

ଗୋଡ ଲମ୍ବାଇ ବସିଯାଏ 

ଥକାନ ଟିକେ ମେଣ୍ଟେଇବାକୁ ଯାଇ 

ଶୋଇବାକୁ ଚାହିଁଲା ବେଳକୁ 

ଦେଖେତ ଆସି ଯାଇଥାଏ ପତ୍ରଝଡ଼ା ଋତୁ l 


ଥୁଣ୍ଟା ଗଛତଳୁ ଶୂନ୍ୟତାର ମନନେଇ 

ସେଠାରୁ ପଳାତକ ସାଜେ 

ସୀମାହୀନ ଦିଗନ୍ତ ସେପାରେ 

ଅନିର୍ଦ୍ଧିଷ୍ଟ ପଥେ.... l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy