STORYMIRROR

Amit Bal

Romance Action Classics

3  

Amit Bal

Romance Action Classics

ଅନାମିକା

ଅନାମିକା

1 min
227

ଏ ଆଖିରେ ଏତେ ନିଶା

ଏ ଓଠରେ ଏତେ ମଧୁ

ମନରେ ଫଗୁଣ ସଂଜର ମିଠା ଶିହରଣ

ସତେକି ସପ୍ତରଙ୍ଗି ସ୍ବପ୍ନ ମାନଙ୍କ ମେଳନ,

କାକର ଭିଜା ଶୁଭ୍ର ବସନ ପରିହିତା 

ସୁରଭିତ ସମୀରରେ ସମନ୍ବିତା

ମୋ ସମ୍ମୁଖେ ଆଜି କାହାର ଏ ଆଗମନ ,

ଏ କଣ ମୋର ସେଇ ଇପସିତା ନାୟିକା !

ସ୍ମୃତି ର ଲୋହିତ ପାରାବାରେ ଉବୁଟୁବୁ

ପ୍ରୀତି ର ଅମଉଳା ନୀଳ କଇଁ ଅନାମିକା !

ହଁ ହୋଇପାରେ , ତମେ ରକ୍ତ କରବୀ

          ମୋ ତାରୁଣ୍ଯର ଉପବନେ,

ଏ ବେଦନା ବିଧୁରା ଧରାରେ ଯାହାକୁ ମୁଁ

ଖୋଜୁଥିଲି ଆଜିଯାଏ ମନେ ମନେ  ।

    


Rate this content
Log in

Similar oriya poem from Romance