STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

ଅନାବନା କବିତା - 37

ଅନାବନା କବିତା - 37

1 min
27.5K



ଆଙ୍ଗୁଠି କାଟି ଦକ୍ଷିଣା ଦବା ଠୁଁ

ଜାଣିଯାଇଛି ଯେ

ଆରକ୍ଷଣ ବି ଗୋଟେ ଅଭିସନ୍ଧି,

ମୋ କବଚ

ମାଗିନେଇଥିବା ଛଳନା ହିଁ

ଈଶ୍ବର।

ତମେ ଚାହିଁଲ

ତୃତୀୟ ପାଦ ତମର

ମନାକଲି କି!

ବଢେଇଦେଲି

ମସ୍ତକ ମୋହର। ସେହି

ଶରୀରକୁ ତମେ

ବୃକ୍ଷ ଉହାଡୁ

ଶରବିଦ୍ଧ କଲ!


ସାଆନ୍ତେ,

ତମେ ତ ମୋ ମଣିଷପଣ

କି ଅସୁରପଣର ଦୁର୍ଗତିର

ସାକାର,

ତମେ ତ ମୋ ମୃତ୍ୟୁରେ ଅମର

ମୋ ପରାଜୟରେ ବୀର!

ସାଆନ୍ତେ,

ଖଡ୍ଗରେ ଶିରଚ୍ଛେଦି

ଅର୍ଘ୍ୟ ବାଢିଥିବା ମୁଁ

ଗୋଟେ ମହତକାଂକ୍ଷା,

ସୁସମ୍ନାରେ ଉଜ୍ଜିବୀତ

କୁଣ୍ଡଳୀ ମୋ

ଇଚ୍ଛାମୃତ୍ୟୁର ବ୍ୟାଖ୍ୟା।

ମୁଁ ଗୁରୁ ଆଉ

ଈଶ୍ବର ଦ୍ବାରା

ପ୍ରତାରିତ ଏକ

ସ୍ବପ୍ନଭୁକ।

ମୁଁ ଗଣ, ଗଣତନ୍ତ୍ର

ତମେ ଲକେଟ, ପକେଟ

ଫଟ, ବଟବୃକ୍ଷ ତଳ

ମନ୍ଦିର, ମଦିରା

ସିନ୍ଦୂର, ସିନ୍ଦୂରା

ଆସ୍ଥାନ, ଆହୁତି

ଶ୍ଳୋକର ଗଜଲ।


ନିଅ ମୋ ଆଙ୍ଗୁଠି ନିଅ

ଶିର ନିଅ,

ଫେରେଇଦିଅ ମୋ ବ୍ଲ୍ୟୁ ପ୍ରିଣ୍ଟ

ସ୍ବର୍ଗକୁ ନିଶୁଣିବନ୍ଧାର

ଫେରେଇଦିଅ ଦସ୍ତାବିଜ

ମୋ ଅସ୍ତିତ୍ବର!

ଅଠରଦିନର ଯୁଦ୍ଧ ତମର

ମୁଁ ସିରିୟାରେ

ଅସରନ୍ତି ହାହାକାର,

ମୁଁ ସିରିଆର ଘାସରେ

କାକରବୁନ୍ଦା ପରି ଲାଗିଥିବା

ଟୋପା ରକ୍ତର

ବାଳୁତପଣର।


ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational