STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

ଅନାବନା କବିତା - 24

ଅନାବନା କବିତା - 24

1 min
13.3K



ଖୂରା ନାଇଲି

ମୁହଁ ପିନ୍ଧିଲି

ଲେହନ ପାଇଁ ଲହଲହ ଜିଭ

ଚଉକି ଉପରେ କଣ

ବସିହବ ସାଆନ୍ତେ

ଚାରିଗୋଡକୁ ଭାଙ୍ଗି ମଞ୍ଚ ତଳେ

ପେଟେଇ ମୁଁ କବିତା ଶୁଣୁଛି!

ମୁଁ କାହାକୁ ଚିହ୍ନେନା

ଏ ପ୍ରଜାତି

ସେମାନଙ୍କ ଜିଭ

ଶବ୍ଦ କଣ, କିଏ ଏମାନେ?

ଯେଉଁମାନେ ଧ୍ବନି

ଓ ଶବ୍ଦ ଭିତରେ ଅନ୍ତର ଜାଣନ୍ତି ନାହିଁ

ସେମାନେ ଏମାନେ?

ପ୍ରଳୟ ପରର ସେହି

ଗୋଟାଏ ଭୁଲରୁ ଏ ଆକାଶ

ପାଣି, ମାଟି। ଅନ୍ତତଃ ଏୟା ହେବାର ଥିଲା

ସମୁଦ୍ର ଆକାଶ ଜାଗାରେ

ଆକାଶ ସମୁଦ୍ରରେ

ରହିବାର ଥିଲା। ହୁଏତ

ସୂର୍ଯ୍ୟର ଛାଇକୁ

ଏମନ୍ତ ଏଡେଇ ହୋଇଥାନ୍ତା

ସାଆନ୍ତ।

ଧ୍ବନି ବଡ ମଞ୍ଜ କଥା

ଗଛର ମଞ୍ଜରୁ

ନିଗିଡି ପଡୁଛି

ଧା ତାରକିଟି ଧିନି

କଟା ହେଉଛି ଗଛ

ଆଃ ବୋଲି ଶବ୍ଦ କାହିଁ!

ଆତ୍ମା ଡେରିଲେ

ଧ୍ବନି ଶୁଣିହୁଅନ୍ତା

ହେଲେ, ସୃଷ୍ଟିର ଏ ଅମୂଲ୍ୟ ଦ୍ବନ୍ଦ୍ବରୁ

ଈଶ୍ବର ତ ଗୋଟେ ବ୍ୟାକ୍ଟେରିଆ

ସବୁ ରୋଗର ନିଦାନ ଅଛି

ଏ ରୋଗର ନାହିଁ।


କବିତା ଲେଖିଥିବା ସେ ପ୍ରଥମ କବିର

ଛାଲ ଉତାରି, ତାକୁ ପଚାରିବାର ଥିଲା

କିଏ ଅବଶିଷ୍ଟ ମଣିଷଙ୍କୁ

ଚାରିଗୋଡ ଭାଙ୍ଗି ପାକୁଳିବା ଓ

ଲେହନର କଳା ଶିଖେଇଲା!

ତମ ଦାଢିରେ ଲାଗିଛି ଶବ୍ଦ

କିଛି ତମ କୁର୍ତ୍ତାରେ

ତମ ଗାମ୍ଭୀର୍ଯ୍ୟରେ

କିଛି ତମ ଆଖିରେ କବି

ମୁଁ ମଞ୍ଚ ତଳେ ପାକୁଳାଉଛି

ଢୋକିଥିବା ଈଶ୍ବର

ତମେ ଶବ୍ଦ ବୋଲି ଯାହା ବିଚାରୁଛ

ତାହା ଶବ ବ୍ୟଭିଚାର!

ସାଆନ୍ତେ ମୁଁ ଏଇଠି ବିଷ୍ଟା କରିଛି

ମୋର କଣ

ମୁଁ ତୁଚ୍ଛା ଜାନୁଆର।।



ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational