STORYMIRROR

Rojalin Mishra

Inspirational Others

3  

Rojalin Mishra

Inspirational Others

ଅମୂଲ୍ୟ ସେବା

ଅମୂଲ୍ୟ ସେବା

1 min
11.8K


କୋଟି ଜନତାର ଅନ୍ତର ତଳେ

ରହିଅଛି ତୁୁୁମ ଛବି

ଶ୍ରେଷ୍ଠ ସେବକ,ଜୀବନ ରକ୍ଷକ ଯେ ତୁୁୁମେ

ପୁୁୁଣି କୋଟି ପରାଣର ଦେବ,ଦେବୀ।।

ତୁୁୁମ ଉପକାର ଅମୂଲ୍ୟ ରତନ,

ଦିିିଅ ଯେ ପ୍ରାଣୀଙ୍କୁ ପୁନଃ ଜୀବ ଦାନ।।

ନବ ଜୀବନେ ନବ ଉଲ୍ଳାସ

ଆସେ ଯେ ପ୍ରାଣୀଙ୍କ ମନେ,

ତୁମ ସେବା ଋଣ ନ କରି ପରିଶୋଧ

ଚିିିରଋଣୀ ହୁଅନ୍ତି ଜଗତ ଜନେ।।

ଡାକ୍ତରଙ୍କ ଅତି ଘନିଷ୍ଠ ବନ୍ଧୁ

ହୃଦ୍ ସ୍ପନ୍ଦନ ମାପୁ ସଠିକ୍ ଭାବେ,

ସମସ୍ତେ ଜାଣନ୍ତି ଷ୍ଟେଥୋସ୍କୋପ ବୋଲି

ବିିିଚାରନ୍ତି ଡାକ୍ତରଙ୍କ ଗଳାହାର ରୂପେ।।

ରୋଗ ନିଦାନରେ ପ୍ରଥମ ତୋ କାମ 

ଡାକ୍ତର ମାନନ୍ତି ତୋ ଦତ୍ତ ନିୟମ।।

ଯାନ୍ତ୍ରିକ ତ୍ରୁଟି ନ ଥିଲେ ତୋ ଠାରେ

ନିଜ କାମ କରୁ ନିର୍ଭୁଲ୍ ଭାବରେ।।

ବିିିଶ୍ୱ ଜଳେ ଆଜି 

କରୋନା ବହ୍ନିରେ,

ଶୁୁୁଭେ ଆର୍ତ୍ତନାଦ ନିରୀହ ପ୍ରାଣର

ଚାଲିିିଛି ଏ ଯୁଦ୍ଧ କେଉଁ ଉଦ୍ଦେଶ୍ୟରେ?

କରୋନା ଲେଖୁଛି

କରୁଣ କାହାଣୀ,

କେତେ ଯେ ଜୀବନ

ନେଉଅଛି ଟାଣିି।।

ମଣିଷ ଆଜି 

ଏ ଫଳ ଭୋଗୁୁୁଛି

ନିିଷ୍ଠୁର ହୋଇ ଯେଉଁ 

ଜୀବ ବିିନାଶୁଛି।।

କର୍ତ୍ତବ୍ୟ ନିଜର କରିବାକୁ ସର୍ବେ

ଆସିଥାନ୍ତି ଏ ଜଗତେ,

ପର ସେବାରେ ଯେ ଜୀବନ ବିିିତାଏ

ତା ସମ କେହି ନାହାନ୍ତି ଏ ଜଗତେ।।

ହେବ ସାର୍ଥକ ଜୀବନ

ପର ଦୁଃଖେ ଦୁୁଃଖୀ ହେଲେ

ଲଭିବ ଅମାପ ଶାନ୍ତି ଓ ସ୍ମୃତି

"ଚିିିରଞ୍ଜୀବି" ହେବ ଏ ମହୀତଳେ।।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational