STORYMIRROR

Jayashree Maharana

Abstract

3  

Jayashree Maharana

Abstract

ଅମୂଲ୍ୟ ଏ ବାଣୀ

ଅମୂଲ୍ୟ ଏ ବାଣୀ

1 min
12.1K

କହିବି କଥାଟି ଶୁଣରେ ଧନ

ଅମୂଲ୍ୟ ଆମର ଏଇ ଜୀବନ

ଭଲ କାମ କଲେ ବଢେ ସମ୍ମାନ

କେବେ ନ ଭୁଲିବୁ ରଖିବୁ ଧ୍ୟାନ 

ଉପଦେଶ ମାନି

ଚଳିଲେ ଜୀବନେ ହୋଇବୁ ଜ୍ଞାନୀ ।


ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ନୀତି

ପାଳୁଥିଲେ ତୁହି ପାଇବୁ ଶାନ୍ତି

ଗର୍ବ ଅହଂକାରେ ଯିବୁନୁ ମାତି

ମାତିଲେ ନିଶ୍ଚୟ ସହିବୁ କ୍ଷତି

ଅମୂଲ୍ୟ ଏ ବାଣୀ

ହେଜୁଥିବୁ ମନେ ମହତ୍ତ୍ୱ ଜାଣି ।


ଖରାପ କଥାକୁ ଶୁଣିବୁ ନାହିଁ

ଭଲକଥା ସବୁ ଆଦରି ନେଇ

କଟୁଭାଷା କେବେ କହିବୁ ନାହିଁ

ଅନ୍ୟର ମନରେ କଷ୍ଟ ଦିଅଇ

ମିଠାକଥା କହି

ତୋଷିବୁ ସଭିଙ୍କୁ ବାପରେ ତୁହି ।


ସଂସାରଟା ଧନ ଭାରି ବିଚିତ୍ର

ଭଲ ମନ୍ଦ ଘଟେ ଏଠାରେ ନିତ୍ୟ

ଖରାପ ଦେଖିଲେ ବୁଯିବୁ ନେତ୍ର

ଭଲକଥା ଦେଖି ହୋଇବୁ ତୃପ୍ତ

ଚଲାବାଟେ ତୋର

ଝରିବ ପ୍ରଭୁଙ୍କ ଆଶିଷ ଝର ।



Rate this content
Log in

Similar oriya poem from Abstract