STORYMIRROR

Jayashree Maharana

Classics

2  

Jayashree Maharana

Classics

ଅମୂଲ୍ୟ ଧନ

ଅମୂଲ୍ୟ ଧନ

1 min
195

କାଗଜ ପୃଷ୍ଠାରେ ଶବ୍ଦର ଗୁଚ୍ଛରେ

ସମଗ୍ର ଶରୀର ହୋଇଛି ଗଢ଼ା

ଜଣାରୁ ଅଜଣା କଥା ଜାଣିବାକୁ

ନିଇତି ଜୀବନେ ହୁଏ ସେ ଲୋଡ଼ା


ସଭ୍ୟତାର ସୃଷ୍ଟି ଅତୀତ କାହାଣୀ

ବକ୍ଷରେ ତାହାର ହୋଇଛି ଲେଖା

ପ୍ରକୃତିର ସତ୍ତା ଜୀବନର  ଗାଥା

ସରଳ ଭାବରେ ଦେଉଛି ଶିକ୍ଷା


ସମାଜ ଦର୍ଶନ ଚେତନା ଆହ୍ୱାନ

ସୁନ୍ଦର,ମନୋଜ୍ଞ ଢଙ୍ଗରେ ଆଙ୍କି

ମନରେ ଉତ୍ସାହ ହୃଦରେ ପ୍ରେରଣା

ଭରଇ ନିଃସ୍ୱାର୍ଥ ଭାବନା ରଖି


ବିଜ୍ଞାନର ତତ୍ତ୍ୱ ସାମାଜିକ ତଥ୍ୟ

ଗଣିତ ଜ୍ଞାନର ସରଳ ସୂତ୍ର

ମାତୃଭାଷା ଭାବ ଗଳ୍ପ ଗୀତ ସର୍ବ

ଦେହରେ ସାଇତି ରଖିଛି ନିତ୍ୟ


ନାନାଦି ପ୍ରକାର ଛବିର ସମ୍ଭାର

ମଲାଟ କିଣୁଛି ଆମରି ମନ

ଜ୍ଞାନର ଭଣ୍ଡାର ବିଭିନ୍ନ ଆକାର

ପୁସ୍ତକ ନୁହେଁ ସେ ଅମୂଲ୍ୟ ଧନ


ଜୀବନେ ତାହାର କରିଲେ ଆଦର

ନିଶ୍ଚୟ ଦିଅଇ ସୁଫଳ ଢାଳି

ମିତ ସାଜି ସିଏ ଜ୍ଞାନ ଭରିଦିଏ

ମୁଲ୍ୟକୁ ତାହାର ହୁଏନା କଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics