STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଅମୃତର ଧାରା ଝରାଇ ଦିଏ ମା'

ଅମୃତର ଧାରା ଝରାଇ ଦିଏ ମା'

1 min
136

ଶାଶ୍ୱତ ପ୍ରେମର ରଙ୍ଗରେ ରଙ୍ଗୀନ

ମାଆର ହୃଦୟ ସତ୍ୟ

ସନ୍ତାନ ସୁଖର କାମନା ନିହିତ

ମନ ଓ ପ୍ରାଣରେ ନିତ୍ୟ


ନିଃସ୍ୱାର୍ଥ ଭାବରେ ଛାତିରୁ ଅମୃତ

ନିଗାଡି ଭରଇ ଶକ୍ତି

ସନ୍ତାନ ସେବାରେ ବ୍ୟାକୁଳ ପରାଣ

ତତ୍ପର ସେ ଦିନରାତି


ସୁଖ ସ୍ୱାଚ୍ଛନ୍ଦ୍ୟକୁ ସୂକ୍ଷ୍ମ ଜୀବନକୁ

ଶିଶୁ ପାଇଁ କରିଦାନ 

ପ୍ରତିଦାନ ରୂପେ କିଛି ତ ଚାହେଁନି

ମାନ ଅବା ସନମାନ


ଦେହକୁ ପଥର କରି ସହୁଅଛି

ସନ୍ତାନର ଅଝଟକୁ

ତା'ର ଆଶିଷରେ ସମାଜ ଭିତରେ

ଗଢିଦିଏ ଭବିଷ୍ୟକୁ


ଜୀବନରେ ଯେତେ ଖୁସିର ମୁହୂର୍ତ୍ତ

ଯୋଡିଦିଏ ତ୍ୟାଗବଳେ

ଅମୃତର ଧାରା ଝରାଇ ଦିଏ ମା'

  ଆଦରରେ ମହୀ ତଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract