STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଅମୃତମୟୀ ମାଆ

ଅମୃତମୟୀ ମାଆ

1 min
161

ଆଦ୍ୟବିନ୍ଦୁ ତୁମେ ଆକୃତି ବି ତୁମେ

ବିନାଶ,ବିକାଶ ତୁମେ,

ନାହିଁ ବୁଦ୍ଧି ଜ୍ଞାନ କଳିବାକୁ ତୁମ 

ମହାନ ନିସ୍ଵାର୍ଥ ଦାନ

ତୁମେ ମାଆ, ତୁମେ ମାଆ

ଅମୃତମୟୀ ମାଆ


କିଏ ସେ ଗଢିଛି ଧରାଧାମେ ତାଙ୍କୁ

ଅପୂର୍ବ ଗୁଣର ଯାହା

କର୍ମରେ ନିପୁଣା ଧୈର୍ଯ୍ୟ ଶୀଳା ପୁଣି

ପୁଣି ସେ ସହନଶୀଳା

ତୁମେ ମାଆ ତୁମେ ମାଆ

ଅମୃତମୟୀ ମାଆ


ତ୍ରିଦେବ ଯା ପାଶେ ବନ୍ଧା ପଡିଥିଲେ

କରିଥିଲେ ସୁଧା ପାନ,

ବିଶ୍ଵ ଯା ପାଶେ ସଦା ମଥାନତ

ମୁଁ ଯେ ମୁଢ ଅଜ୍ଞାନ,

ସର୍ବଂସହା ପୁଣି ବିଶାଳ ହୃଦେ

କରେ ସଦା ବିଷପାନ

ତୁମେ ମାଆ ତୁମେ ମାଆ

ଅମୃତମୟୀ ମାଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract