STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଅମୃତମୟ

ଅମୃତମୟ

1 min
121

ଭଲପାଇବାର ଅମୃତ ମଣୋହି

ଚାରିପଟେ ଛାଇ ହୋଇ

କେବେ ସଜୀବ ଭିତରେ କେବେ

ନିର୍ଜୀବ ଭିତରେ ରହି

ସୃଷ୍ଟିକର୍ତ୍ତା ଯେବେ ଗଢିଲେ ଏ ମର୍ତ୍ତ୍ୟ

ପାହାଡ ଝରଣା ନଇ

ଗଛ ଫଳ ମୂଳ ପ୍ରକୃତିର ଦାନ

ଖଞ୍ଜି ଥୋଇ ରଖି ନେଇ

ମଣିଷକୁ ଦେଲେ ମଣିଷପଣିଆ

ମାନବିକତତ୍ତ୍ଵ ଦେଲେ ବୁଝାଇ

ପଶୁ ପକ୍ଷୀ ତରୁ କୀଟ ପତଙ୍ଗ ମାନଙ୍କୁ

ସୁରକ୍ଷା ଯୋଗାଇ ଦେଇ

ବଞ୍ଚି ବଞ୍ଚିବାକୁ ନିଜେ ଓ ଅନ୍ୟକୁ

ଭଲପାଇବାର ମନ୍ତ୍ର ଶିଖାଇ

ଭଲପାଇବାର ଶୁଦ୍ଧ ସତ୍ୟକୁ ବୁଝିଗଲେ

ଦୁଃଖ ରହିବ କାହିଁ

ଭିନ୍ନ ଦୃଷ୍ଟି କୋଣ ସାମୁହିକ ଜୟଧ୍ୱନି

ମଶାଲ ଜାଳି ଦେଇ

ସତ୍ୟ ଆଡ଼କୁ ଅଗ୍ରସର ହେଲେ ସର୍ବେ

ସାନ୍ତୁ ନିରାମୟ କହି

ପୃଥିବୀ ଭିତରେ ବାହାରେ ନବଗ୍ରହମାନେ

ସଚେତନ ଯିବେ ହୋଇ

ସତ୍ୟ ନ୍ୟାୟ ଧର୍ମ ପ୍ରତିଷ୍ଠାରେ କେହି

ଧରଣୀରାଣୀକୁ ଛୁଇଁ ପାରିବେ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract