STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅମୃତମୟ ଉତ୍କଳ (୨୨)

ଅମୃତମୟ ଉତ୍କଳ (୨୨)

1 min
215


ଗୋଡି ଏଠି ଶାଳଗ୍ରାମ କାଠ ଦାରୁବ୍ରହ୍ମ

ବାଲି ତ ଶରଧାବାଲି ଏହି ପୁଣ୍ୟ ଧାମ

ଶ୍ମଶାନ ଯା ସ୍ଵର୍ଗଦ୍ଵାର ବୃକ୍ଷ କଳ୍ପଦୃମ

ଏମିତି ମୋର ଉତ୍କଳ ଅଟେ ଅମୃତିମ ।।


ଦାଣ୍ଡ ଯାର ବଡ଼ଦାଣ୍ଡ ଗଡ଼େ ନନ୍ଦିଘୋଷ

ବାମନ ରୂପରେ ତହିଁ ବିଜେ ଜଗନ୍ନାଥ

ରଚନା କରନ୍ତି ବାରମାସେ ତେର ଯାତ

ଏମିତି ଅମୃତମୟ ଉତ୍କଳ ଚରିତ୍ର ।।


ଉତ୍କଳ ଭକତ ଜନ ବଳରାମ ଦାସ

ବନ୍ଧୁ ମହାନ୍ତି ଦାଶିଆ ବାଉରୀ ଅବଶ୍ୟ

ଯବନ ଭକତ ସାଲବେଗ ଉତ୍କଳ ର

ଅମୃତ ଗରିମା ତା’ର କରିଛି ପ୍ରଚାର ।।


ଜଗନ୍ନାଥ ଦାସ ଜୟଦେବ ଶ୍ରୀଚୈତନ୍ୟ

ଭକତ ବାନ୍ଧବ ପ୍ରଭୁ ଜଗତ ଜୀବନ

ଉତ୍କଳ ମାଟି ଓଡ଼ିଆ ଗୌରବ କେତନ

ଅମୃତିମ କରିଅଛି ତେଣୁ ମହୀୟାନ ।।


ଉତ୍କଳର ଜୈତ୍ରୀ ନୀଳଚକ୍ରେ ଫରଫର

ପତିତପାବନ ନାମେ ଉଡେ ନିରନ୍ତର

ମହାପ୍ରସାଦ ମଣୋହି ଅଟଇ ଯାହାର

ନିର୍ମାଲ୍ୟ ସେବନେ ମୋକ୍ଷ ଲଭିଥାନ୍ତି ନର ।।


ଶଂଖ ଚକ୍ର ଗଦା ପଦ୍ମ କ୍ଷେତ୍ରରେ ଉତ୍କଳ

ମହିମା ମଣ୍ଡିତ ପରା ଦିଗ ଦିଗାନ୍ତର

ଏଣୁ ଏ ମହୀ ମଣ୍ଡଳେ ଉତ୍କଳ ଅମୃତ

ଯହୁଁ ସ୍ଫୁରିତ ହୁଅଇ କ୍ଷମା ଶାନ୍ତି ମନ୍ତ୍ର ।।


ନନ୍ଦନକାନନ ପଶୁ ଅଭୟା ଅରଣ୍ୟ

ଲୀଳା ଭୂମି ଯାହାର ୟେ ସେ ଯେ ପରଂବ୍ରହ୍ମ

ଅଭିନବ ଜ୍ୟୋତି ତବ ପଦେ ମା' ପ୍ରଣାମ

ତାକୋଳେ ଜନମ ମୁଁ ତା ଅମୃତ ସନ୍ତାନ ।।(କ୍ରମଶଃ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational