STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଅମୃତ ସେ ଫଳ

ଅମୃତ ସେ ଫଳ

1 min
142

ସ୍ୱାଧୀନତା ଗଛଟାର ସୁଆଦିଆ ଫଳ

କଷିଧରି ଗଛରେ ପାଚିବ

ତଳକୁ ଝଡିବ

ମିଠା ମିଠା ଯେତେ ଆଶା 

ସୁଖ ସ୍ୱପ୍ନ ଦୁରୁହ ବ୍ୟାପାର

ଅଘାପଘା ଛିଣ୍ଡା ଏଠି ଗାଈଗୋରୁ

ଛେଳିମେଣ୍ଢା ଲହଲହ ଜିହ୍ୱ

ଅମାନିଆ ବୁଲାଷଣ୍ଡ

ଏ ଡାଳରୁ ସେ ଡାଳ 

ମାଙ୍କଡଙ୍କ ଦୈ।ରାତ୍ମରେ 

ଫଳକଷି ଧରିବାତ ଦୂର

ଗଛଟିରେ ଦୁଇପତ୍ର ଧରିବା ମୁସ୍କିଲ

ଉଧେଇଲେ କଷିଟି ଟିକିଏ

ସହିବାକୁ ହେବ ତାକୁ

ଚଗଲା ପିଲାଙ୍କ ଆବଡ଼ ଝାବଡ଼

ଟେକା ଓ ପଥର ମାଡ଼

ଝଡ଼ଝଞ୍ଜା ,ରୋଗପୋକ

ପ୍ରତିକୂଳ ସମୟ କୋରଡ଼

ଯତ୍ନଶୀଳ ରହିଲେ ସତତ

ସୈ।ଭାଗ୍ୟକୁ ଉପୁଜଇ

ଅମୃତର ଫଳ ।


Rate this content
Log in

Similar oriya poem from Inspirational