STORYMIRROR

Mahesweta Panigrahi

Tragedy Others

3  

Mahesweta Panigrahi

Tragedy Others

ଅମୃତ ପରଶ

ଅମୃତ ପରଶ

1 min
124


ନୂତନ ସକାଳ ନୂତନତା ଦେଇ

ନବ ଉନ୍ମାଦ ଆଣେ,

ନୂଆ ନୂଆ ଯେବେ କୁସୁମ ବିକଶେ

ଭ୍ରମର ମନକୁ ଟାଣେ,

ନୂଆ ନୂଆ କଥା ଶିଶୁ ଟି କୁହଇ

ତା' କଥା ମନକୁ ଜିଣେ,

ନବ ପଦ୍ୟ ଛନ୍ଦେ ଏ ମନ ଆନନ୍ଦେ

ଅମୃତ ପରଶ ମଣେ।


ପ୍ରଥମ ବରଷା ଦିଅଇ ଭରଷା

ମନେ ଆଶା ଅସୁମାରୀ,

ପ୍ରଥମ ଛୁଆଁ ରେ ପୁଲକ ମହକେ

ଚପଳତା ଦିଏ ଭରି,

ପ୍ରଥମ ଦେଖା ରେ ରୋମାଞ୍ଚିତ ମନ

ହୁଏ ସତେ କେତେ ସରି,

ନୂଆ ସେ ଦୁନିଆ ପ୍ରଥମ ପ୍ରେମର

ଅମୃତ ପରଶ ପରି।


ଶବ୍ଦର ମାଳରେ ଗୁନ୍ଥଇ କବିତା

ଅଟଇ ଅତି ମୋ ପ୍ରିୟ,

ଜଳଧର ସହ ଜଳର ବୁନ୍ଦାଟି

ଯେମିତି ଯେତିକି ଶ୍ରେୟ,

ବୋହିଯାଏ ନଦୀ ବନ ପରବତେ

ତଟିନୀ ରୂପରେ ଧେୟ,

ସରିତା ବୁହାଏ କବିତା ବି ବୋହେ

ଅମୃତ ପରଶେ ମୋହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy