STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ଅମର ଶହୀଦ୍

ଅମର ଶହୀଦ୍

1 min
170

ମାଆ ଠାରୁ ମଣି ମାଟିକୁ ନିଜର 

    ତେଜିଲ ବନ୍ଧୁ ନିଜ ପରିବାର

ଛିଣ୍ଡାଇ ସ୍ନେହ ମମତାର ଡୋର

    କର୍ତ୍ତବ୍ୟ ପଥରେ ସବା ଅଗ୍ରସର।୧॥

ନାହିଁ ତ ତୁଳନା ସାହସ ତ୍ଯାଗର

   ବୀର ସନ୍ତାନ ଭାରତ ମା"ର 

ଜନନୀ ସେବାରେ ଜୀବନଟା ଦେଲେ

   ମରିବି ଅମର ଶହୀଦ ନାମରେ ।୨॥

ବଳିଦାନର ତ ପଟାନ୍ତର ନାହିଁ 

  ମାଟିଦେହ ସିନା ମାଟିରେ ମିଶଇ

ଯଶୋଦେହେ ରହ ଆୟୁଷ୍ମାନ ହୋଇ

  ତୁମ ଚରଣରେ ମଥା ଯାଏ ନଇଁ। ୩॥

ଏଇ ଅଳି ମୋର ବିଭୁ ପୟରରେ

  ସାହା ହୁଅ ତାଙ୍କୁ ସମର ଭୂମିରେ

କିବା କୁହ ଅବା ଅଛି ଦେବା ଲାଗି  

ତ୍ଯାଗ ଲାଗି ଘେନ କୋଟି ପ୍ରଣତି।୪।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational