Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gunanidhi Samal

Romance

3  

Gunanidhi Samal

Romance

ଅମର ପ୍ରେମ

ଅମର ପ୍ରେମ

1 min
564


ଆସ ବହିଯିବା ଛଳ ଛଳ ହୋଇ 

ଗାଇ କୁଳୁକୁଳୁ ଗୀତ

ଆସ ଚାଲିଯିବା ଅସରନ୍ତି ପଥ

ହାତପରେ ଦେଇ ହାତ ।

ଫେରି ଚାହିଁବାନି ହଜିଲା ଅତୀତ

ଯାହାବି ଆସିଛେ ଛାଡ଼ି

ହାତଠାରି ଦେଖ ଡାକୁଛି ଆକାଶ

ଡେଣା ଝାଡ଼ି ଯିବା ଉଡ଼ି ।

ଚାଲିଯିବା ଏକ ଅଜଣା ଦୁନିଆଁ

ସେଇଠି ବାନ୍ଧିବା ନିଡ଼

ଭାଙ୍ଗି ପାରିବନି ଆସୁପଛେ ଯେତେ

ଅଦିନ ବରଷା ଝଡ଼ ।

ଜହ୍ନ ହସୁଥିବ ବଉଦ ଉହାଡ଼େ

ଫୁଟିଥିବେ କେତେ ତାରା

ଖେଳୁଥିବା ଆମେ ଲୁଚକାଳି ଖେଳ

କାହାକୁ ନଦେଇ ଧରା ।



Rate this content
Log in