STORYMIRROR

Maheswar sahoo

Classics Inspirational Others

3  

Maheswar sahoo

Classics Inspirational Others

ଅମପରି ଦିନେ ଗାନ୍ଧୀ ଥିଲେ

ଅମପରି ଦିନେ ଗାନ୍ଧୀ ଥିଲେ

1 min
208

ଆମ ପରି ଦିନେ ସେ ଛୋଟ ଥିଲେ,

  ନିଜ ଗାଁ ବିଦ୍ୟାଳୟେ ପଢୁସେଥିଲେ:

    ଘରଟି ତାଙ୍କର ଗୁଜୁରାଟ ରାଜ୍ୟ,

      ପୋରବନ୍ଦରରେ ବାସ କରୁଥିଲେ::


ପିଲାବେଳେ ସିଏ ଦୁଷ୍ଟ ଥିଲେ,

  ସାଙ୍ଗସାଥି ସଂଗେ ବୁଲୁଥିଲେ:

   ସାଥିସଙ୍ଗେ ମିଶି ସିଗାରେଟ ପିଇ,

     ବାପାଙ୍କ ପକେଟୁ ଚୋରି କରୁଥିଲେ::


ବଡ ହୋଇ ସିଏ ବଦଳିଗଲେ,

   ବଦମାସି ସାଙ୍ଗ ଛାଡିଦେଲେ:

     ଗୋରାସରକାର ଅତ୍ୟାଚାର ଦେଖି,

       ସ୍ୱାଧୀନ ସଂଗ୍ରାମେ ଯୋଗଦେଲେ::


କସ୍ତୁରବାଙ୍କୁ ସିଏ ବିବାହ କଲେ,

    ସୁଖରେ ଦୁଃଖରେ ଭାଗିସେହେଲେ:

       ରୋଗର କାରଣ ଲୁଣକୁ ବର୍ଜନ,

          ପତ୍ନୀଙ୍କୁ ତାଙ୍କର ଶିକ୍ଷା ଦେଲେ::


ଗରିବଙ୍କ ପାଇଁ ସେ କାନ୍ଦୁଥିଲେ,

   ଜନତାଙ୍କୁ ନିଜର କରୁଥିଲେ:

    ଲବଣ ସତ୍ୟାଗ୍ରହେ ଯୋଗଦେଇ ସିଏ,

      ଉତ୍କଳେ ଇରମ ପହଁଚିଲେ::


ସୁଶିକ୍ଷାର ସିଏ ମୁଖ୍ୟହେଲେ,

  ବଦଅଭ୍ୟାସ ସବୁ ଛାଡିଦେଲେ:

    ଶିକ୍ଷାଦେବା ପୂର୍ବେ ନିଜେ ଶିକ୍ଷା ଲଭି,

      ଚିନି ଲୁଣ ଖିଆ ଛାଡିଦେଲେ::


ବାପୁଙ୍କ ସ୍ୱଭାବ ଦେଖି ଜନ,

  ଅହିଂସା ସତ୍ୟକୁ ନେଲେ ମନ:

    ଗୋରସରକାର ଶୋଷଣ ବିରୁଦ୍ଧେ,

     ବିକଳ୍ପିଲେ ହୋଇ ଆବହମାନ::


ବାରିଷ୍ଠରି ଥିଲେ ସେ ଭାରତର,

   ଅଂହିସାର ଥିଲେ ସେ ଅବତାର:

     ବାମ ଗାଲେ ଯଦି ଜାବୁଡା ପଡଇ,

        ଦେଖାନ୍ତି ଡାହାଣ ଗାଲ ତାର::


ଗୋରସରକାର ପଗଳ ହୋଇ,

  ରାତାରାତି ସିଏ ଗଲେ ପଳାଇ:

   ଆମ ଭାରତର ସ୍ବାଧୀନତା ପାଇଁ,

     ଜୀବନକୁ ଦେଲେ ବଳି ପକାଇ::


ଆମ ଦେଶ ହେଲା ଖଣ୍ଡବିଖଣ୍ଡ,

 ଧର୍ମ ଧର୍ମ ଜୁଦ୍ଧେ ହେଲେ ଉଦଣ୍ଡ:

  ସେଥିପାଇଁ ଜନେ ଉତ୍କ୍ଷିପ୍ତ ହୋଇ,

   ନାଥୁଗଡ଼ସେ ଦେଲେ ପ୍ରାଣର ଦଣ୍ଡ::


ରଘୁପତି ଜପେ ସେ ଗଲେ ଟଳି,

 ହାଏ ରାମ ଥିଲା ଜପର ମାଳି:

   ଟଳିତ ପଡିଲେ ସହିଦ ହୋଇସେ,

    ଯୋଗ୍ୟସେ ଦେଶର ପୁଷ୍ପ ଅଞ୍ଜଳି::


ଅକ୍ଟୋବର ଦୁଇରେ ପାଳୁଛୁ ଆମେ,

  ଜୟନ୍ତୀ ତାଙ୍କର ଖୁବ ମନୋରମେ:

   ମୁଦ୍ରାପୃଷ୍ଠରେ କାଳ କାଳ ଲାଗି,

     ବିଦ୍ୟମାନ ସିଏ ଏ ମହିଧମେ::



ମହେଶ୍ୱର ସାହୁ

ଗୋପିବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in

Similar oriya poem from Classics