STORYMIRROR

Debabrata Jena

Tragedy

3  

Debabrata Jena

Tragedy

ଅମ୍ଳାନ ଅଟଳ

ଅମ୍ଳାନ ଅଟଳ

1 min
13.9K


ହେ ପ୍ରଥିତଯଶା ଯୁଗଜନ୍ମା ଆତ୍ମା


ଛାଡି ଚାଲିଗଲ କାହିଁ


ସର୍ବତ୍ର ଶୁଭୁଛି କ୍ରନ୍ଦନର ଧ୍ୱନି


ତବ ଶୂନ୍ୟସ୍ଥାନ ପାଇଁ ।।


ପଦ୍ମବିଭୂଷଣ ,ଭାରତ ରତନ


ପ୍ରବାଦ ପୁରୁଷ ତୁମେ


କବି ,ଦାର୍ଶନିକ ,ବାଗ୍ମୀ ବ୍ରହ୍ମଚାରୀ


ଜନ୍ମି ଗୋଆଲିୟର ଗ୍ରାମେ ।।


କାର୍ଗିଲ ଯୁଦ୍ଧ ଠାରୁ ପୋଖରାନ ବୋମା


ଜାତିସଙ୍ଗେ ଜୟ ସ୍ତୁତି


ଲାହୋର ପର୍ଯ୍ୟନ୍ତ ବସ ଚଳାଚଳ


କାଳ ଅଛି ମୂକସାକ୍ଷୀ ।।


ନାମଟି ଅଟଳ କାମରେ ଅଚଳ


ଲେଖନୀ ଯେ କାଳଜୟୀ


ମରତ ଗଗନେ ଦୀପ୍ତିମନ୍ତ ଶଶୀ


ଦିଗଦ୍ରଷ୍ଟା ଆମ ପାଇଁ ।।


ପଞ୍ଚଭୂତେ ଲୀନ ହେଲା ତବ କାୟା


ହୃଦେ ଅଛି ତବ ସ୍ଥାନ


କାଳ ସ୍ବର୍ଣ୍ଣାକ୍ଷରେ ଅକ୍ଷୟ ଅତୁଟ


ତବ କୀର୍ତ୍ତି ଗୁଣ ଗାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy