Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Yudhisthira Lenka

Inspirational

4.4  

Yudhisthira Lenka

Inspirational

ଅମାନିଆ ମନ

ଅମାନିଆ ମନ

1 min
751


ମନ ଅଟେ ଭାରି ଚଞ୍ଚଳ

    ଅମାନିଆ ଶକ୍ତିଶାଳୀ

ମନକୁ ଆୟତ୍ତ କରିବା

     କଷ୍ଟକର ବାୟୁଭଳି ।।୧।।


ଶକ୍ତିଶାଳୀ ହୋଇ ମନଟି

      ନୁହଁଇ କେବେ ଅଜେୟ

ଅଭ୍ୟାସ ବୈରାଗ୍ୟ ବଳରେ

      ହୋଇପାରେ ସିଏ ଥୟ ।।୨।।


ଇନ୍ଦ୍ରିୟ ସୁଖର ଆଶାରେ

     ମନ ହୁଏ ଲାଳାୟିତ

କାମନା ପୂରଣ ପାଇଁକି

      ଯୋଜନା କରେ ପ୍ରସ୍ତୁତ ।।୩।।


କାମ କ୍ରୋଧ ଲୋଭ ତ୍ରିମୂର୍ତ୍ତି

      ସାଥି ଅଟଇ ମନର

ଏ ତିନିହେଁ ସଦା ଅଟନ୍ତି

      ମଣିଷ ନର୍କ ଦୁଆର ।।୪।।


ପଶୁତ୍ୱ ଭରନ୍ତି ଏ ତିନି

    ସଦା ମନୁଷ୍ୟ ମଧ୍ୟରେ

ମନୁଷ୍ୟକୁ ସଦା ରଖନ୍ତି

     ପରମାତ୍ମାଠୁ ଦୂରରେ ।।୫।।


ମନ ଯୋଗୁଁ ନାନା ପ୍ରପଞ୍ଚ

     ସଂସାରେ ହୁଏ ଉତ୍ପତ୍ତି

ଅଦ୍ଭୁତ ପ୍ରଚଣ୍ଡ ଅଟଇ

     ମନର ଯେଣୁ ଶକତି ।।୬।।


ମନଟି କୁମନ ହୋଇଲେ

     ବିପତ୍ତି ଘଟେ ସଂସାରେ

ମନଟି ସୁମନ ହୋଇଲେ

     ଗମଇ ଶାନ୍ତି ପଥରେ ।।୭।।


ପ୍ରତିକ୍ରିୟାଶୀଳ ମନଟି

     ହୁଅଇ ନରକ ସମ

ପ୍ରତିକ୍ରିୟାହୀନ ମନଟି

     ଲଭଇ ଭାବ ପରମ ।।୮।।


ବିଚ୍ଛୁରିତ ସୂର୍ଯ୍ୟକିରଣ

    ଯେପରିଟି ଶକ୍ତିହୀନ

କେନ୍ଦ୍ରୀଭୂତ କଲେ ତାହାକୁ

    ହୋଇଯାଏ ତେଜବାନ ।।୯।।


ସେପରି ଅଭ୍ୟାସେ ମନକୁ

     ଲଗାଇ ଆମେ ଯୋଗରେ

ଦୁର୍ଯ୍ଯୋଗ ହଟାଇ ସୁଯୋଗ

     ଆଣିବା ଆମେ ସାଥିରେ ।।୧୦।।


ମନ ସଙ୍ଗେ ବୁଦ୍ଧି ବିବେକ

     ଓ ଜ୍ଞାନ ସାଙ୍ଗ କରିକି

ପ୍ରସନ୍ନ କରିବା ମନକୁ

      ସର୍ବସିଦ୍ଧିର ପାଇଁକି ।।୧୧।।



Rate this content
Log in

Similar oriya poem from Inspirational