STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଅମାବାସ୍ୟା

ଅମାବାସ୍ୟା

1 min
229


ଅମେଇଁସା ଅମା ଅନ୍ଧକାର ନେଇ

ହୁଏ ଆକଶୁ ପ୍ରତିତ 

ତାରା ମାଳ ମାଳ ନିଶାକର ହୀନ

(ୟେ) ରାତିର କରାଳ ରୂପ ।।


ବାରମାସେ ବାର ଅମାବାସ୍ୟା ତିଥି

କୃଷ୍ଣ ପକ୍ଷ ଅନ୍ତ କାଳେ

ମହାଯାଗତିକ ଯୋଗ ଲଗ୍ନେ ସୂର୍ଯ୍ୟ

ପରାଗ ର ଦୃଶ୍ୟ ଝଳେ ।।


ଦିନ,ମାସ,ପକ୍ଷ ଜ୍ୟୋତିଷ ଗଣିତ

ତିଥି ବାର ବିଚାର ରେ

ପ୍ରତିପଦା ଆଦ୍ୟ ଅମାବାସ୍ୟା ପ୍ରାନ୍ତ

କୃଷ୍ଣ ପକ୍ଷ ପରେ ପରେ ।।


ଶୁକ୍ଳ ପକ୍ଷ ମାସ ଶେଷରେ ପୂର୍ଣ୍ଣିମା

ଆସେ ମାସେ ଅନ୍ତରରେ

ଏକମାସ ଦୁଇ ପକ୍ଷର ଗଣନା

ଜ୍ୟୋତିଷ୍କ ଶାସ୍ତ୍ର ବିଚାରେ ।।


ଅମାବାସ୍ୟା ପୁଣି କଳା କାଳ ରାତି

ଅଶରିରୀ ବିଚରଣ

ଅଶୁଭ ଏ ରାତି ମଣନ୍ତି କେତେକ

ଏହା ବି ଧର୍ମିୟ ଗୁଣ ।।


କୁମାରୀ ଜନ୍ମିଲେ ଏହି ଏ ତିଥି ରେ

ଆଉଁସି କନ୍ୟା ବୋଲାଏ

କଉରବ ରାଣୀ ଗାନ୍ଧାରୀ ଜନନୀ

ଜନ୍ମିଥିଲେ ୟେ ତିଥିରେ ।।


ଜାଗର,ଚିତୋଉ,ବଉଳ, ସାବିତ୍ରୀ

ପୟାଶ୍ରାଦ୍ଧ ଦୀପାବଳୀ

ଦେବ ଦୀପାବଳୀ ମାର୍ଗଶୀର ମାସେ

ତ୍ରିବେଣୀ ଓ ସାତପୁରି ।।


ଏଇ ଅମେଇସାଁ ମହା ଆଡମ୍ଵରେ

ପ୍ରାୟତଃ ହୁଏ ପାଳନ 

ତା ପ୍ରଭାବେ ଜନ ଜୀବନ‌ ସମାଜ  

କରିଥାଏ ନିୟନ୍ତ୍ରଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics