STORYMIRROR

pratap nayak

Tragedy

2  

pratap nayak

Tragedy

ଅଳସ ଅପରାହ୍ନ

ଅଳସ ଅପରାହ୍ନ

1 min
13K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଅଳସ ଅପରାହ୍ନ

ହାଇ ମାରେ ଶାଳୁଆ ବଣରେ ...

ଅକ୍ଟୋପାସ ଖରା ଛତାରା ହେଇ

ଚାରିକାତ ମେଲେଇଛି ତା'ରି ଡାଳରେ..

ଅନବରତ ରିମଝିମ୍ ଝିଂକାରୀର ସ୍ୱର

ସିନ୍ଦୁର ଲେପୁଛି

ବୁଦିକିଆ ସଂଜ ବେଳଟାରେ.....

ଲୋଟଣିପାରା ସଦୃଶ ବାଘୁଆ ଶୀତଟା

ଖାଲି ଯା ଜଡୋଉଛି ମଶିଣା ଭିତରେ...

ପରଦେଶରେ ସମଲେଇ ବାପ

କେମିତି ନିଆଁ ପଉଁଛି ଏକୁଟିଆ କେଜାଣି

ମନ ପକୋଉନି ଆମ ପଉଲୁ ରାତିକି

ଭାବନାରେ ଆସୁଛି ସିନା !

ହେଲେ କଉଣି ମାରି ଜମା ମଶିଣା ଟାଣୁନି.....

ବୁଢା ଆଂଗୁଠି ପାଟିରେ ପୁରେଇ

ନିଧଡକ ଶୋଇଛି ସମଲେଇ

ପିଲାଙ୍କୁ ଶୀତ ହୁଏନା ପରା .....

ବୁଝୁନି ମା ମନ

ମଳିଛିଆ କାନି ଘେରୋଉଛି...


କାକର ଫାଙ୍କରୁ ଗଳୁଛି ସକାଳୁଆ ମୁଚୁକୁନି ଖରା ....

ସଳପ ନିଗାରୁଛି ତଣ୍ଟି ପେଟ ଯାଏ ଆସୁନି ମନକୁ ଏବେ

ବାଆଟା ସମଲେଇର .....

ସଜୋଉଛି ନାଉରେ ଝିଅକୁ

ଚୁରିବାକୁ ଯିବ ପଥର ମୁଣ୍ଡିଆ

ସାଂଗେସାଂଗେ ଆସିଯିବ

ଅଳସ ଅପରାହ୍ନ ପରା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy