STORYMIRROR

Dr Baman Chandra Dixit

Fantasy

4  

Dr Baman Chandra Dixit

Fantasy

ଅଳ୍ପ ପ୍ରବଣତା

ଅଳ୍ପ ପ୍ରବଣତା

1 min
227


ତୁମେ ଚାଲି ଗଲାପରେ ବାଟ ଭାଙ୍ଗି

ମୋ ଠିକଣା ବି ବଣା ହୋଇଗଲା

ନିଜ ଦରଜା ଶିକୁଳୀ ପିଟୁଥିଲି

ଦାଣ୍ଡ ଦୁଆର ଟା ଖୋଲା ଚାହିଁଥିଲା।।


କବାଟ ପଟା ର ସନ୍ଧି ଫାଙ୍କ ଦେଇ

ଫଟା ଆଖି ମେଲି କାକୁସ୍ଥ ନୟନୁ

କ୍ଳାନ୍ତ ଅବସାଦ ଭିଜା କୋହ ଅବା

ଫେରି ଯିବାକୁ ଯେମିତି କହୁଥିଲା।।


ଏବେ ବି ମରିନି ମାୟା ମରୀଚିକା

ଯବନିକା ବି ଅଟକି ଅନେଇଛି,

ଅନ୍ତିମ ଆଲୋକ ଅଳ୍ପ ପ୍ରବଣତା

ଛାତି ତଳୁ ଶିହରଣ ତୋଳୁଥିଲା।।


ଦରଜା ସେପଟୁ ଘୁଞ୍ଚି ଯାଉଥିବା

ଗୋଟେ ଛାଇ ର ବେଦନା ପଢ଼ୁଥିଲି,

ଗଡ଼ି ଆସୁଥିବା କୋହକୁ ମୋହକୁ

କାନି ପଣତେ ଗୁପତେ ପୋଛୁଥିଲା।।


ଆଜି ଅଲୋଡ଼ା ଅନେକ ସମୟରୁ

ଏକ ଛୋଟିଆ ମୁହୂର୍ତ୍ତ ମର୍ମାହତ,

ଆର୍ତ୍ତ ଆହତ ଅସ୍ପଷ୍ଟ ବିଳାପ ର

ପଦ ଚାପ ଅପସରି ଯାଉଥିଲା।।


ପୁଣି ବାହୁଡ଼ିବ ଏଡ଼ି ପ୍ରବଞ୍ଚନା

ନିଜ ନିଶ୍ବାସର ନୂଆ ନାଆଁ ନେଇ

ଭବିଷ୍ୟତ ହେବ ଦିନେ ବର୍ତ୍ତମାନ

ଆହତ ଅତୀତ କାନେ କହୁଥିଲା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy