STORYMIRROR

Mamatamanjari Das

Inspirational

4  

Mamatamanjari Das

Inspirational

ଅଳିକ ଜୀବନ

ଅଳିକ ଜୀବନ

1 min
289


ଜୀବନଟା ଅଟେ ଏକ ରଙ୍ଗମଞ୍ଚ

ଆମେ କରୁ ଅଭିନୟ

କପାଳରେ ଯାହା ଲେଖା ହୋଇ ଅଛି

ତାହାହିଁ ହେବାଟି ଥୟ।


ମିଛ ଅହଂକାର ମିଛ ଘରଦ୍ବାର

ମିଛ ଏ ସଂସାର ମାୟା

ଅଢେ଼ଇ ଦିନର ଜୀବନ ଜାଣି ବି

ସବୁତ ଏଠାରେ ବାୟା ।


ହାତ ଖାଲି ଥାଇ ଆସିଛ ମଞ୍ଚକୁ

ଖାଲି ହାତେ ବାହୁଡିବ

ଭଲ କାମ କରି ଯଦି ଯାଅ ଚାଲି

ଲୋକଙ୍କ ହୃଦେ ରହିବ।


ସ୍ନେହ ପ୍ରୀତି ବାଣ୍ଟି ଦୁଃଖ କୁ ସାଉଁଟି

ଅନ୍ୟ ଦୁଃଖେ ହେଲେ ଦୁଃଖୀ

ଏଇତକ କାମ କରି ପାରିଲେ 

ଜୀବନେ ହୋଇବ ସୁଖୀ।


ଛାଡି ମୋହ ମାୟା ଜୀବେ କର ଦୟା

ଏଯେ ଅଳିକ ସଂସାର

 ଛ ଖଣ୍ଡ କାଠକୁ ସମୟ ନିଅଣ୍ଟ

ସବୁ ହୋଇଯିବ ଦୂର।


ଅଳିକ ଜୀବନ କ୍ଷଣିକ ସମୟ

ପାଣି ଫୋଟକା ଠୁ ହୀନ

ଆତ୍ମା ଯେବେ ଛାଡି ଯିବ ଏ ଶରୀର

ଛ ହାତ ଭୂମିରେ ଶରୀର ହେବ ବିଲୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational