ଅଲିଭା ଜାତୀୟ କିରର୍ତ୍ତୀ
ଅଲିଭା ଜାତୀୟ କିରର୍ତ୍ତୀ
• ଅଲିଭା ଜାତୀର କୀର୍ତ୍ତି
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ମୋ ମାଆ ର ଭାଷା ଛାତିରେ ଲେଖିଛି କିଏ ଅଛି ତାକୁ ଲିଭାଇବ
• କିଏ ଅଛି କୁହ ଲୁପ୍ତ କରିବ ଏ ଜାତୀ ଐତିହ ଗୈାରବ ।
• ଯେ ଜାତୀର ଭାଷା ଜଗନ୍ନାଥ ଦାସ ଭାଗବତ ଗୀତେ କଥା କହେ
• ଯେ ଜାତୀର ଭାଷା ଶ୍ରୀ ସାରଳା ଦାସ ମହାଭାରତ ରେ ଗୀତ ଗାଏ ।।
• ଯେ ଜାତୀର ଭାଷା ବଳରାମ ଦାସ ଲକ୍ଷ୍ମୀ ପୁରାଣ ରେ ଖୋଦିତ
• ଯେ ଜାତୀର ଭାଷା ଭୀମ ଭୋଇ ଶୂନ୍ୟ ପୁରୁଷଙ୍କ ପଦେ ଆଶ୍ରିତ ।
• ଯେ ଜାତୀୟ ଭାଷା ଫକିର ମୋହନ ଶଚି ରାଉତରା ଲେଖିଲେ
• ଯେ ଜାତୀ ଭାଷା ରେ ମଧୂ ରାଓ ଭାଷା ବର୍ଣ୍ଣବୋଧ ଟେ ରଚିଲେ ।।
• ଯେ ଜାତୀୟ ଭାଷା କବି କଥାକାର ମୋ ପୂର୍ବ ପୁରୁଷେ କହିଲେ
• ସେହି ଭାଷା ଅତି ବଳିଷ୍ଠ ଅମର ରସେ ରସାମୃତ ପାନକଲେ ।
• ମୋ ଜାତୀ ଐତିହ ମୋ ଜାତୀ ଗୈାରବ ଇତିହାସ ପୋଥି କହେ
• ମୋ ଜୀତୀର ନେତା ସ୍ଵୟଂ ଜଗନ୍ନାଥ ତା ଠାରୁ ବା ବଡ଼ କିଏ ।।
• ଉତ୍କଳର ମାଟି ଚନ୍ଦନ , ପଥର ଶାଳଗ୍ରାମ ଶିଳା ସମ
• ନିତି ଲହରଇ ଅମୀୟ ମଧୁର ଶୀତ ମଳୟ ପବନ ।
• ଉତ୍କଳର ମଣି ଗୋପବନ୍ଧୁ ଦାଶ ଉତ୍କଳ ଗୌରବ ମଧୂ
• ଅନନ୍ତ , ଅଚ୍ୟୁତ ଭଞ୍ଜ କବି ପୁଣି କେତେ କେତେ ସନ୍ଥ ସାଧୁ ।।
• ବଳଦେବ ରଥ ଯଦୁମଣି ପୁଣି ବାଇଆ ଗୀତାର ଗୀତ
• ଜୟଦେବ ଗୀତ- ଗୋବିନ୍ଦେ ଅଭୁଲା. ପୀୟୂଷ ସମ ତା ଛନ୍ଦ ।
• ଅଭିରାମ ଗୋଦା- ବରୀଶ ପଣ୍ଡିତ ନୀଳକଣ୍ଠ ପଞ୍ଚ ସଖା
• ଅମର କରିଛି ଏ ଜାତୀୟ ଭାଷା ସ୍ଵର୍ଣ୍ଣାକ୍ଷର ତାର ଲେଖା ।।
• ଏ ମାଟିର ବୀର ହୁଁକାର ଶବଦେ ଥରିଗଲା ଗୋରା ଜାତୀ
• ସ୍ଵାଧୀନତା ପାଇଁ ବିଗୁଲ୍ ବାଇଲା ପ୍ରଥମେ ଉତ୍କଳ ମାଟି ।
• ଏ ଦୁର୍ଦ୍ଦଶ ବୀର ଉତ୍କଳ କୀରତି ବାରବାଟି କଥା କହେ
• ଏ ଜାତୀର ଶିଳ୍ପୀ ଜୀବନ୍ତ ଚିତ୍ର କୋଣାର୍କ ପଥର ଦେହେ ।।
• କହ କହ କିଏ କହ ତୁ ବର୍ବର କେତେ ଲିଭାଇବୁ କହ
• ଯେତେ ଲିଭାଇଲେ ଲିଭିବ ନାହିଁ ରେ ଏ ଜାତୀ ଭାଷା ଐତିହ ।
• ପ୍ରଫୁଲ୍ଲ ଫୁଲରେ ବନ୍ଦନା କରୁଛି ଏ ଭାଷା ,ଜାତୀ ,ମାଟି ମା
• ପବିତ୍ର ଉତ୍କଳ ମାତା ମୋ ଜୀବନ ସେ ମୋ,କାୟା ମୋ,ଛାୟା ।।
