ଅଲୌକିକ ଦୀପ ଉତ୍ସବ ଅଯୋଧ୍ୟାର
ଅଲୌକିକ ଦୀପ ଉତ୍ସବ ଅଯୋଧ୍ୟାର
କେତେ କାଳ ପରେ ଫେରିଛି ଗୌରବ
ହେ ରାମ,ହେ ରାମ ନିର୍ମିତ ତୋର ମନ୍ଦିର
ପୁଣି ଦୀପାବଳୀ
ଦୀପର ଉତ୍ସବ
ଭକ୍ତି ଭକ୍ତର ଶ୍ରୀ ପୟର
ଭବ୍ୟ ଆଲୋକିତ
ଅଲୌକିକ ଦୀପେ
ଲକ୍ଷ୍ୟ ଲକ୍ଷ୍ୟ ଦୀପାଳି ରେ.......
କରିବ ଭକ୍ତ ତହିଁ ସୁସଜ୍ଜିତ
ପ୍ରଭୁ ଅଯୋଧ୍ୟା ତୋର ଜନ୍ମଭୂମି ରେ
ଖୁସିର ଠିକଣା ନାହିଁ ଦେଶବାସୀଙ୍କରେ
ଦିବ୍ୟ ମନ୍ଦିର ଦେଖିଣ ଶ୍ରୀରାମ
ଅନୁପମ ତହିଁ ଦୃଶ୍ୟ
ମନ୍ଦିର ତୋହର
ନାହିଁ ପଟାନ୍ତର ଯାର
ଆରାଧ୍ୟ ରାଷ୍ଟ୍ରର
ସଂସ୍କୃତି ସଂସ୍କାର
କର୍ତ୍ତବ୍ୟ ପ୍ରେରଣା ଓ ଜ୍ଞାନର ହେ ସ୍ରୋତ !!
ଅମୃତ ଏ କାଳ
ତହିଁ ଦୀପାବଳୀ
ଉତ୍ସାହିତ ଯେ ଭାରତବର୍ଷ
ପ୍ରଭୁ ଜନ୍ମଭୂମି ଅଯୋଧ୍ୟାର ଦୃଶ୍ୟ
ଦେଖିବ ଦୁନିଆ ଦୃଶ୍ୟ ଅନୁପମ ନେତ୍ରେ
ଲକ୍ଷ୍ୟ ଲକ୍ଷ୍ୟ ଦୀପ ଦୀପାଳି ଆଲୁଅ
ଶାନ୍ତିର ସନ୍ଦେଶ ଦେବ ତା ବିଶ୍ବେ
ଭକ୍ତି ପ୍ରୀତି ମୈତ୍ରୀ ଏକତାର ଭାବ
ସମଭାବ ଶ୍ରଦ୍ଧା ପ୍ରୀତିର
ଗୁଞ୍ଜିବ ତା ଅଯୋଧ୍ୟାରେ
ହେ ରାମ ହେ ରାମ ହେ ରାମ
ଦିଅ ଆଶୀର୍ବାଦ
ଥାଉ ତୋ କରୁଣା
ରାଷ୍ଟ୍ରକୁ କର ଆତ୍ମନିର୍ଭରଶୀଳ
ଦୀପ ଜ୍ୟୋତି ପରି ହେଉ ଦୀପ୍ତିମାନ
ଗୁଞ୍ଜୁ ହେ
ସଂସ୍କୃତି ସଂସ୍କାର ରାଷ୍ଟ୍ରର
ଶାନ୍ତି ସନ୍ଦେଶ ବିଶ୍ଵକୁ ଦେଉ , ହେ ରାମ ।